ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ବିଗ୍ୟାନ ବିଭାଗର ପରୀକ୍ଷା ଆରମ୍ଭ ହୋଇଛି। ଆଜିର ପ୍ରଥମ ଦିନରେ ଓଡିଆ ବିଷୟ ରହିଥିଲା। ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର?୍ୟ୍ୟନ୍ତ ଏହି ପରୀକ୍ଷା ଚାଲିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଆସନ୍ତା କାଲି ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀମାନଙ୍କ ପରୀକ୍ଷା ଆରମ୍ଭ ହେବ। ୨୦ ତାରିଖରୁ ଧନ୍ଦା ମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ୨୨ ତାରିଖର ବିଗ୍ୟାନ ଛାତ୍ର ଛାତ୍ରୀଙ୍କର ଇପ୍ସରାଜୀ ପରୀକ୍ଷା ରହିଛି । ୨୫ ତାରିଖରେ କଳା ଓ ବାଣିଜ୍ୟ ବିଭାଗ ପିଲାଙ୍କର ଇପ୍ସରାଜୀ ପରୀକ୍ଷା ରହିଛି। ଆଜି ବିକ୍ରମଦେବ ସ୍ୱୟପ୍ସଶାସିତ ବିଶ୍ୱବିଦ୍ୟାଳୟରେ ବିଗ୍ୟାନ ବିଭାଗର ୫୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୫୨୯ ଜଣ ପରୀକ୍ଷା ଦେଇଛନ୍ତି ଏବପ୍ସ ୮ଜଣ ପରୀକ୍ଷା ଦେଇନଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ