କେନ୍ଦ୍ର ବଜେଟରୁ ଓଡିଶା ସବୁ କ୍ଷେତ୍ରରେ ଲାଭାନ୍ୱିତ ହେବ – ଗିରିରାଜ ସିଂହ
ଭୁବନେଶ୍ୱର, ୧୮ ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ କେବଳ ଏକ ବଜେଟ ନୁହେଁ ବରଂ ଦଶ ବର୍ଷର ଶାସନର ରିପୋର୍ଟ କାର୍ଡ । ଏହି ବଜେଟରେ ସବୁ କ୍ଷେତ୍ର ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଓଡିଶା ବିଭିନ୍ନ କ୍ଷେତ୍ରରେ ଏହି ବଜେଟ ଦ୍ୱାରା ଲାଭାନ୍ୱିତ ହେବ ବୋଲ
କେନ୍ଦ୍ର ବଜେଟରୁ ଓଡିଶା ସବୁ କ୍ଷେତ୍ରରେ ଲାଭାନ୍ୱିତ ହେବ – ଗିରିରାଜ ସିଂହ


ଭୁବନେଶ୍ୱର, ୧୮ ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ କେବଳ ଏକ ବଜେଟ ନୁହେଁ ବରଂ ଦଶ ବର୍ଷର ଶାସନର ରିପୋର୍ଟ କାର୍ଡ । ଏହି ବଜେଟରେ ସବୁ କ୍ଷେତ୍ର ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଓଡିଶା ବିଭିନ୍ନ କ୍ଷେତ୍ରରେ ଏହି ବଜେଟ ଦ୍ୱାରା ଲାଭାନ୍ୱିତ ହେବ ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ପ୍ରକାଶ କରିଛନ୍ତି । ଦଳୀୟ କାର୍ଯାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି । ଏହି ଅବସରରେ ପାର୍ଟୀର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୁଜାରୀ ଉପସ୍ଥିତ ଥିଲେ ।

ସେ କହିଛନ୍ତି ଯେ, ୧୬ ଲକ୍ଷ କୋଟିରୁ ୨୦୧୪ରେ ବଜେଟ ଆରମ୍ଭ ହୋଇଥିଲା । ୨୦୨୫-୨୬ରେ ୫୧ ଲକ୍ଷ କୋଟିର ବଜେଟ ହୋଇଛି । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଟିକସ ମୁକ୍ତ ହୋଇଛି । କୃଷକ ମାନଙ୍କୁ ୫ ଲକ୍ଷ ଟଙ୍କା କ୍ରେଡିଟ କାର୍ଡରେ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପାଇଁ ୨୯ ଲକ୍ଷ ଘର ଗୁଡ଼ିକୁ ସଂପୂର୍ଣ୍ଣ କରାଯାଇଛି । ଏହା କେବଳ ବଜେଟ ମୋଦି ସରକାରଙ୍କ ୧୦ ବର୍ଷ ଶାସନର ରିପୋର୍ଟ କାର୍ଡ । ୪୧ ହଜାର କିମି ସଡ଼କ ତିଆରି ହେବ । ଜଳ ଜୀବନ ମିଶନର ୭୧ ପ୍ରତିଶତ । ଜନମନ ଯୋଜନାରେ ଓଡ଼ିଶାର ୨୪ ପ୍ରତିଶତ ଲୋକଙ୍କୁ ସ୍ୱୀକୃତି ଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ । ଭିତ୍ତିଭୂମି କ୍ଷେତ୍ରରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଗରୁ କେବଳ ୩ଟି ମେଡିକାଲ କଲେଜ ଥିଲା । ମୋଦି ସରକାର ଆସିବା ପରେ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ହେଲା । ଆଗାମୀ ଦିନରେ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ୍ ସ୍ଥାପିତ ହେବ । ସବୁ ଜିଲ୍ଲାରେ କ୍ୟାନ୍ସର ଡେ କେୟାର ସେଂଟର୍ ମଧ୍ୟ ତିଆରି ହେବ । ରେଳ କ୍ଷେତ୍ରରେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କେବଳ ୮୩୮ କୋଟି ଟଙ୍କା ଅନୁଦାନ ମିଳିଥିଲା । କିନ୍ତୁ ଏବେ ୪୮ ପ୍ରକଳ୍ପ କାମ ଚାଲିଛି, ଯେଉଁଥିରେ ୭୩୭୨୩ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ଦେଇଛି । ଚଳିତ ଆର୍ôଥକ ବର୍ଷରେ ୧୦ ହାଜର ୫୮୯ କୋଟି ଟଙ୍କା ଓଡ଼ିଶାକୁ ରେଳ ବଜେଟରେ ମିଳିଛି । ଏହାସହ ୫୯ଟି ଅମୃତ ଷ୍ଟେସନ ମଧ୍ୟ କାମ ଚାଲିଛି । ୬ ବନ୍ଦେ ଭାରତ ଟ୍ରେନ ମଧ୍ୟାଇଲିବ । ପେଟ୍ରୋଲିୟମ କ୍ଷେତ୍ରରେ ମଧ୍ୟ ଅନେକ କାମ ହେଉଛି । ପର୍ଯ୍ୟଟନ ପାଇଁ ମିଶନ ମୋଡ଼ରେ କାମ ହେଉଛି । ହୀରାକୁଦ, ମହାନଦୀ ପର୍ଯ୍ୟଟନ ବିକାଶ ହେବା, ରିଭର ଫ୍ରଂଟ ହେବ, ସାତକୋଶିଆ ବାଘ ସଂରକ୍ଷଣ ପ୍ରକଳ୍ପ ପାଇଁ କାମ ହେବ । କୃଷି କ୍ଷେତ୍ର ପାଇଁ ୭୦ ଲକ୍ଷ ମେଟ୍ରିକ ଟନ୍ କରାଯାଇଛି । ଶିକ୍ଷା କ୍ଷେତ୍ରରେ ସବୁ ସ୍କୁଲରେ ଡାଟା ଇନୋଭେସନ ସେଂଟ,ର୍ ଆଇଆଇଟି ହୋଇଛି । ଓଡ଼ିଶାରେ ୧ ହାଜର ଅଟଳ ଥିଙ୍କିଂ ଟାଙ୍କ ହେବ । ଓଡ଼ିଶାରେ ବନ୍ଦର ଗୁଡ଼ିକର ବିକାଶ ହେବ । ଏବେ ୫ ଏୟାର ପୋର୍ଟ ହେବ । ଆଗକୁ ଉଡାଣ ଯୋଜନାରେ ସମ୍ବଲପୁର, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମରେ ଏୟାର ପୋର୍ଟ ତିଆରି ହେବ । ୧୨୨ ମେଟ୍ରିକ ଟନ କେବଳ ଟସର ଉତ୍ପାଦନ ହେଉଛି । ଓଡ଼ିଶାକୁ ସିଲ୍କ ଷ୍ଟେଟ ଭାବେ ଘୋଷଣା କରାଯିବ । ସବୁଠୁ ବଡ଼ ଟସର ଉତ୍ପାଦକ ରାଜ୍ୟ ହେବ ଓଡ଼ିଶା । ଆଗକୁ ୫ଟି ଜିଲ୍ଲା ଚିହ୍ନଟ ହେବ । ସେହି ଜିଲ୍ଲା ଗୁଡିକରେ ଟେକ୍ସଟାଇଲ ସେଂଟର ହେବ । ଓଡ଼ିଶାରେ ସାଢ଼େ ୩ ଲକ୍ଷ କାରିଗର ଅଛନ୍ତି । ବିଦେଶୀ ପୁଞ୍ଜି ନିବେଶ ଆଜି ୭୦୦ ବିଲିଅନ ଡଲାରରେ ପହଂଚିଛି । ୮୦ ଲକ୍ଷ କୋଟି ଉପରକୁ ଗଲାଣି ରପ୍ତାନି । ଲୋକଙ୍କ କ୍ରୟ ଶକ୍ତି ବଢିଛି । ଭାରତର ଅର୍ଥନୀତି ବଢ଼ି ଚାଲିଛି । କଂଗ୍ରେସ ୨୯ ବର୍ଷରେ ମାତ୍ର ୩ କୋଟି ଘର ତିଆରି କରିଥିବା ବେଳେ ମୋଦି ସରକାର ୧୦ ବର୍ଷରେ ୪ କୋଟି ଘର ତିଆରି କରିଛନ୍ତି । ଆହୁରି ୩ କୋଟି ଘର ଗରିବ ଲୋକଙ୍କୁ ମିଳିବ ।ଜନ ଧନ ଆକାଉଂଟ ଗରିବ ଲୋକଙ୍କ ବଳ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande