ଭୁବନେଶ୍ୱର, ୧୮ ଫେବୃଆରୀ – ରାଜ୍ୟ ସରକାର କିଟ୍ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ଏକ ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ବିଜ୍ଞପ୍ତି ଅନୁସାରେ କମିଟିରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ମୁଖ୍ୟ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କମିଶନର-କମ-ସଚିବ, ଉଚ୍ଚଶିକ୍ଷା ବିଭାଗ ସଦସ୍ୟ ଅଛନ୍ତି । ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନ କମିଟିର ଫଳାଫଳକୁ ଆଧାର କରି ଉପଯୁକ୍ତ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ବେସରକାରୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଛାତ୍ରଙ୍କ ବିରୋଧରେ ବଳ ପ୍ରୟୋଗ ସହିତ ରିପୋର୍ଟ ଅନୁସନ୍ଧାନ କରାଯାଉଛି ଏବଂ ଯେଉଁମାନେ ଦାୟୀ, ସେମାନେ ଆଇନ ଅନୁଯାୟୀ ଉତ୍ତରଦାୟୀ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଓଡ଼ିଶା ସରକାର ପ୍ରତ୍ୟେକ ଛାତ୍ରଙ୍କ ସୁରକ୍ଷା, ସମ୍ମାନ ଏବଂ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ନ୍ୟାୟ ଶୀଘ୍ର ଏବଂ ନିରପେକ୍ଷ ଭାବରେ ପାଳନ କରାଯିବା ପାଇଁ ଓଡିଶା ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ