ଲିଙ୍ଗେଶ୍ୱର ଉନ୍ନୟନ କମିଟିର ନୂତନର କର୍ମକର୍ତା ଚୟନ
କୋରେଇ, ୧୮ ଫେବ୍ରୁଆରି (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ୨୦୨୫-୨୬ ବର୍ଷ ପାଇଁ ନୂତନ କର୍ମକତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ବନମାଳୀ ଦାସ, ଉପସଭାପତି ସଦାନନ୍ଦ ସାମଲ, ସମ୍ପାଦକ ଦୈତାରୀ ଧଳ, ସହ ସମ୍ପାଦକ
ଲିଙ୍ଗେଶ୍ୱର ଉନ୍ନୟନ କମିଟିର ନୂତନର କର୍ମକର୍ତା ଚୟନ


କୋରେଇ, ୧୮ ଫେବ୍ରୁଆରି (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ୨୦୨୫-୨୬ ବର୍ଷ ପାଇଁ ନୂତନ କର୍ମକତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ବନମାଳୀ ଦାସ, ଉପସଭାପତି ସଦାନନ୍ଦ ସାମଲ, ସମ୍ପାଦକ ଦୈତାରୀ ଧଳ, ସହ ସମ୍ପାଦକ ନିତ୍ୟାନନ୍ଦ ପରିଡା ଓ କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପାଳଙ୍କୁ ଚୟନ କରାଯାଇଥିଲା । ଉକ୍ତ କର୍ମକର୍ତା ମାନେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପୁରାତନ କମିଟିକୁ ବିଦାୟ ସହିତ ନୂତନ କର୍ମକର୍ତା ମାନଙ୍କୁ କମିଟି ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ପୂର୍ବକମିଟିର କର୍ମକର୍ତା ସର୍ବଶ୍ରୀ ବିଷ୍ଣୁ ଚରଣ ଧଳ, ଗୋଲକ ମାଝୀ, ବାସୁଦେବ ପରିଡା, ମଦନ ମୋହନ ମାଝୀ, ବୃନ୍ଦାବନ ସାହୁ,ରମେଶ ସାହ. ପ୍ରତାପ ଧଳ, ଶରତ ଚନ୍ଦ୍ର ଧଳ, ଦାମୋଦର ଧଳ, ଦିଲ୍ଲୀପ ଧଳ, ମାନସ ଧଳ, ଶଙ୍କର୍ଷଣ ପରିଡା, ଅଶୋକ କୁମାର ସାହୁ, ପ୍ରମୋଦ କୁମାର ସାହୁ, ଭବ ପ୍ରସାଦ ଧଳ, ରାଜ କିଶୋର ମଲ୍ଲିକ, ନିରଂଜନ ପାଣିଗ୍ରାହୀ, ନିରରଂଜନ ସେଠୀ ଙ୍କ ସମତେ ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande