କନ୍ଧମାଳ, ୧୮ ଫେବୃଆରୀ (ହି.ସ.)- ସାମ୍ପ୍ରତିକ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଲୋକ ସମାଜରେ ଅନେକ ସମସ୍ୟାରେ ସମ୍ମୁଖିନ ହେବାକୁ ପଡିଥାଏ । ଯଥା ସମାଜ ଓ ପରିବାରରେ ଅଣଦେଖା, ଅନ୍ଧବିଶ୍ୱାସ, ଅନ୍ୟାନ ପ୍ରତିକୁଳ ପରିସ୍ଥିତିକୁ ଲୋକମାନଙ୍କ ମଧ୍ୟରେ ସଚେତନତା ଓ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରି ଚିକିତ୍ସା ଆଦି ସୁଯୋଗ ସୃଷ୍ଟି କରିବା ଦିଗରେ ନୂତନ ରୁପେ ପ୍ରକଳ୍ପ ଶୁଭାରମ୍ଭ କ.ନୂଆଗାଁ ବ୍ଲକର ସାରଙ୍ଗଡ ଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ର ମିଳିତ ସହାୟତା ରେ ଆଗାମି ୩ ବର୍ଷ ତଥା ୨୦୨୫ ରୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟକରିବ । ଏହି ଉଦଘାଟନି ଉତ୍ସବରେ କ.ନୁଆଗାଁ ପଞ୍ଚାୟତ ସମିତି ଅଧକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ତପସ୍ୱିନି ଆଚାର୍ଯ୍ୟ ଓ ମାଳତି ବେହେରା, ସାରଙ୍ଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା.ଅମିତ କୁମାର ବେହେରା ଓ ସ୍ୱାତୀ ଅନୁଷ୍ଠାନ ର ଅଧକ୍ଷ ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାଥମିକ ସ୍ତରରେ ବ୍ଲକ ର ସାରଙ୍ଗଡ, ବଣ୍ଡଗୁଡା, ଜିରିଡିକିଆ, ଚାଁଚେଡି ଓ ଗାନ୍ଦ୍ରିଗାଁଁ ଆଦି କାର୍ଯ୍ୟ ପାଞ୍ଚ ଗୋଟି ପଞ୍ଚାୟତ କାମ କରିବ । ସ୍ୱାତୀ ଅନୁଷ୍ଠାନ ର ଅଧକ୍ଷ ପ୍ରଶାନ୍ତ ଶତପଥୀ ଉପସ୍ଥିତ ରହି ମାନିସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ସ୍ୱାତୀ ତରଫରୁ ହେବାକୁ ଥିବା କାର୍ଯ୍ୟ ଘୋଷଣା କରିଥିଲେ, ସାରଙ୍ଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଲୋକମାନେ କିପରି ମାନସିକ ସ୍ୱାସ୍ଥ୍ୟ ଉପରେ ସଚେତନତା ହେବେ, ଯତ୍ନକାରୀ ମାନେ ନିୟମିତ ଡାକ୍ତରି ଚିକିତ୍ସା କୁ ଆପଣେଇବେ ତାଙ୍କ ମନ୍ତବ୍ୟ ରେ ରଖିଥିଲୋ ପଂଚାୟତ ସମିତି ଅଧକ୍ଷା ନିଜର ଖୁସି ବ୍ୟକ୍ତ ସହିତ ଆସିଥିବା ପଂଚାୟତ ସରପଂଚ କୁ ଅନୁରୋଧ ରଖିଥିଲେ କିପରି ସମାଜର ମୁଖ୍ୟଶ୍ରୋତ ରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବେ । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରୁ ଆସିଥିବା ଅଧିକାରୀ ଏହି ବିଷୟ କୁ ବ୍ୟାପକ ଓ ବିସ୍ତୃତ ଆଲୋଚନା କରିଥିଲେ । ବ୍ଲକ ସ୍ତରିୟ ମହିଳା ଶିଶୁ ବିକାସ ଅଧିକାରୀ ଅରୁନଧତି ନାୟକ ଚିହ୍ନଟ ପ୍ରକିୟାରେ ତୃଣମୁଳ ସ୍ତରର କର୍ମୀ ଅଙ୍ଗନବାଡୀ ଓ ଆଶା ଦିଦି ଙ୍କୁ ସାମିଲ କରିବାଉପରେ ମତ ରଖିଥିଲେ । ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ଏହି କାର୍ଯ୍ୟର ସଂପୂଣ୍ଣ ବିବରଣୀ ପ୍ରଦାନ କରିଥିଲେ । ତୃଣମୂଳ ସ୍ଥରରେ ଏଭଳି ସଚେତନତା କାର୍ଯ୍ୟକ୍ରମ ମାନସିକ ସ୍ୱାସ୍ଥ୍ୟସେବା କୁ ଆହୁରି ମଜଭୁତ କରିବ ବୋଲି ଅନ୍ୟ ନିମନ୍ତ୍ରତି ଅତିଥି ମତ ôରଖିଥିଲେ ।
ଏହି କାର୍ଯ୍ୟକ୍ରମକୁ ସ୍ୱାତୀ ର ମାନସିକ ପ୍ରକଳ୍ପ ସଂଯୋଜକ ଗିରିସ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ। କ୍ଷେତ୍ରରେ ସଂଯୋଜକ ଦିପେସ ମହାକୁଡ ଓ ସ୍ୱାତୀ ର ସ୍ୱାସ୍ଥ୍ୟ କର୍ମୀ ମଧୁସ୍ମିତା ଜାନି, ଯଷୋଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ