ବିଧାନସଭା ର ଶୂନ୍ୟକାଳ ରେ ଉଠିଲା ଆଇନ ଶୃଙ୍ଖଳା ପରିସ୍ଥିତି ଓ କିଟ୍ ପ୍ରସଙ୍ଗ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)– ଆଜି ବିଧାନସଭାରେ କିଟ ପ୍ରସଙ୍ଗ ଓ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟ ଉଠିଥିଲା । ବିରୋଧୀ ଦଳର ବିଧାୟକ ପ୍ରତାପ କେଶରୀ ଦେବ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ସେ କହିଥିଲେ ଯେ, ଓଡ଼ିଆ ଅସ୍ମିତା କଥା କହି ସରକାର କୁ ଆସିଥିବା
ବିଧାନସଭା ର ଶୂନ୍ୟକାଳ ରେ ଉଠିଲା ଆଇନ ଶୃଙ୍ଖଳା ପରିସ୍ଥିତି ଓ କିଟ୍ ପ୍ରସଙ୍ଗ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)– ଆଜି ବିଧାନସଭାରେ କିଟ ପ୍ରସଙ୍ଗ ଓ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟ ଉଠିଥିଲା । ବିରୋଧୀ ଦଳର ବିଧାୟକ ପ୍ରତାପ କେଶରୀ ଦେବ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ।

ସେ କହିଥିଲେ ଯେ, ଓଡ଼ିଆ ଅସ୍ମିତା କଥା କହି ସରକାର କୁ ଆସିଥିବା ବିଜେପି ଏବେ ଆଇନ୍ ଶୃଙ୍ଖଳା ରକ୍ଷା କରିବାରେ ବିଫଳ। କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଙ୍କ ଆତ୍ମ ହତ୍ୟା ଘଟଣା ଓଡିଶା ନିନ୍ଦିତ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଓଡିଶା ନିନ୍ଦିତ। ରାଜଧାନୀ ରୁ ପୁର ପଲ୍ଲୀ ଯାଏ ସବୁଠି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ପ୍ରଧାନ ମନ୍ତ୍ରୀ ଙ୍କ ଗସ୍ତ ସମୟରେ ହତ୍ୟା କାଣ୍ଡ ହେଲା । ଭୁବନେଶ୍ଵର ରେ ଆପାର୍ଟମେଂଟରେ ଲୋକେ ସୁରକ୍ଷିତ ନୁହଁ। ଭରତପୁର ଥାନା ଘଟଣା ପ୍ରମାଣିତ କରୁଛି ଥାନାରେ ବି ଲୋକେ ସୁରକ୍ଷିତ ନୁହଁନ୍ତି। ରାଜ୍ୟପାଳ ଙ୍କ ପୁଅ ମାଡ଼ ଘଟଣାରେ ଜିଲ୍ଲାପାଳ ଙ୍କ ତଦନ୍ତ ରିପୋର୍ଟ ଆସିଲାନି। ଚିକିଟି ମଦ ମୃତ୍ୟୁ ଘଟଣାରେ ଆର଼ଡିସି ତଦନ୍ତ ରିପୋର୍ଟ ଆସିଲାନି ଏଯାଏ। ମୋ ନିର୍ବାଚନ ମଣ୍ଡଳୀ ର ଗୋଟିଏ ଘଟଣାରେ ଏଫଆଇଆର ଦିଆଯାଇଛି କିନ୍ତୁ ଦୋଷୀ ବୁଲୁଛନ୍ତି । ପୋଲିସ ନୀରବ। ରାଜ୍ୟ ସାରା ସବୁଠି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande