ଜୟପୁର, ୧୮ ଫେବୃଆରୀ (ହି.ସ.)- କୁମ୍ଭୀଖରୀ ଘାଟିରେ ଓଲଟିଲା ପିକଅପ ଭ୍ୟାନ। ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି l ଗୁରୁତରଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ଏଭଳି ଅଘଟଣ ମଙ୍ଗଳବାର ସକାଳ ଦଶଟା ସମୟରେ ବୈପାରୀଗୁଡା ବ୍ଲକ ରାମଗିରି ପଂଚାୟତର କୁମ୍ଭୀଖରୀ ଘାଟିରେ ଘଟିଛି l
ସୂଚନା ଅନୁଯାଇ, କୁମ୍ଭୀଖରୀ, ମଧୁପୁର, ମାଡୁକୁ,ଆମଗନ୍ଦଲି ଆଦି ଗାଁ ରୁ ପ୍ରାୟ ଷାଠିଏ ଜଣ ଏକ ପିକଅପ ଭ୍ୟାନରେ ରାମଗିରି ସାପ୍ତାହିକ ହାଟକୁ ଆସୁଥିଲେ l କୁମ୍ଭୀଖାରି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା l ସମସ୍ତ ଯାତ୍ରୀ ଛିଟିକି ପଡିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ବିଏସଏଫ ଜବାବ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିବା ସହ ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପବନ