ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଜୟପୁର ଲିଙ୍ଗରାଜ ନଗର ସ୍ଥିତ ହିନ୍ଦୁ ସମାଜ କାର୍ଯ୍ୟାଳୟ ପରିସରରେ ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ରାମନବମୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରଜନୀକାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ରାମନବମୀ ନିମନ୍
ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ


ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଜୟପୁର ଲିଙ୍ଗରାଜ ନଗର ସ୍ଥିତ ହିନ୍ଦୁ ସମାଜ କାର୍ଯ୍ୟାଳୟ ପରିସରରେ ଶ୍ରୀରାମ ନବମୀ ପାଳନ ସମିତି ପକ୍ଷରୁ ରାମନବମୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରଜନୀକାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ରାମନବମୀ ନିମନ୍ତେ କେଉଁ କାର୍ଯ୍ୟ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ବାଜା ଅଣାଯିବା ସହ ପଟୁଆରରେ ରାମାୟଣ ବେଶରେ ସମସ୍ତ ପଟୁଆର ବାହାର କରାଯିବ। ବିଗତ ବର୍ଷ ଯେପରି ଭାବେ ଭବ୍ୟ ଶୋଭାଯାତ୍ରା କରାଯାଇଥିଲା ଚଳିତ ବର୍ଷ ମଧ୍ୟ ତାହାଠାରୁ ଅଧିକ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଆସନ୍ତା ବୈଠକରେ ଜୟପୁରର ସମସ୍ତ ଧର୍ମାନୁଷ୍ଠାନ ଓ ସାପ୍ସସ୍କୃତିକ ଅନୁଷ୍ଠାନର କର୍ମକର୍ତାଙ୍କୁ ଡକାଯାଇ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏଥିରେ ଶ୍ରୀରାମ ନବମୀ ପାଳନ ସମିତିର କର୍ମକର୍ତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande