ବିହାରକୁ ୪-୧ ଗୋଲ ରେ ହରାଇ ଭୁବନେଶ୍ୱର ଜଗା ୟୁନାଇଟେଡ ଦଳ ସେମିରେ ପ୍ରବେଶ
ସୋନପୁର, ୧୮ ଫେବୃଆରୀ(ହି.ସ.) –୧୬ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -୨୦୨୫ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ଦ୍ୱିତୀୟ ମ୍ୟାଚ ବିହାର ଦଳ ଓ ଭୁବନେଶ୍ୱର ଜଗା ୟୁନାଇଟେଡ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି କ୍ଷ ମୁଖ୍ୟ ଅତିଥି ଭାବରେ ସୋନପୁର ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ
ବିହାର କୁ ୪-୧ ଗୋଲ ରେ ହରାଇ ଭୁବନେଶ୍ବର ଜଗା ୟୁନାଇଟେଡ ଦଳ ସେମିରେ ପ୍ରବେଶ*


ବିହାର କୁ ୪-୧ ଗୋଲ ରେ ହରାଇ ଭୁବନେଶ୍ବର ଜଗା ୟୁନାଇଟେଡ ଦଳ ସେମିରେ ପ୍ରବେଶ*


ବିହାର କୁ ୪-୧ ଗୋଲ ରେ ହରାଇ ଭୁବନେଶ୍ବର ଜଗା ୟୁନାଇଟେଡ ଦଳ ସେମିରେ ପ୍ରବେଶ*


ସୋନପୁର, ୧୮ ଫେବୃଆରୀ(ହି.ସ.) –୧୬ତମ ରାମଧୁନ କପ ସର୍ବ ଭାରତୀୟ ଫୂଟବଲ ଚାମ୍ପିୟନ ସିପ -୨୦୨୫ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ଦ୍ୱିତୀୟ ମ୍ୟାଚ ବିହାର ଦଳ ଓ ଭୁବନେଶ୍ୱର ଜଗା ୟୁନାଇଟେଡ ମଧ୍ୟରେ ଅନୁଷ୍ଟିତ ହୋଇ ଯାଇଛି କ୍ଷ ମୁଖ୍ୟ ଅତିଥି ଭାବରେ ସୋନପୁର ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଆଜିର ମ୍ୟାଚ୍ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସୋନପୁର ପୌର ପରିଷଦ କାର୍ଯ୍‌ଯ ନିର୍ବାହୀ ଅଧିକାରୀ ଶ୍ରୀ ୠଷି ମାଝୀ, ବକ୍ସର ବିହାର ଦଳ ର ଫ୍ରାଂଚାଇଜ୍ ଚନ୍ଦ୍ରମା ମୋଟର୍ସ ପ୍ରୋପାଇଟର ଶ୍ରୀ ପ୍ରଶାନ୍ତ ବାବୁ, ଭୁବନେଶ୍ୱର ଜଗା ୟୁନାଇଟେଡ ଦଳ ର ଫ୍ରାଂଚାଇଜ୍ ବଗଳା ଜ୍ୱେଲର୍ସ ପ୍ରୋପାଇଟର ରୁପେଶ ଅଗ୍ରୱାଲା, ଟ୍ରାକ୍ଟର ଅସୋସିଏସନ୍ ସଭାପତି କୋଶୋଳେଶ୍ୱର ବହିଦାର, ଉପଦେଷ୍ଟା ବୈକୁଣ୍ଠ ଶତପଥି, ଭେଟେରାନ ଫୁଟବଲର ଆଶାରାମ ନାଏକ, ସରୋଜ ଦାଶ, ମନୋଜ୍ ବାଗ, ବିଶ୍ୱାମିତ୍ର ନାଏକ୍‌, ତ୍ରିଲୋଚନ ଷାଣ୍ଢ, ବାବୁଲା ବେବର୍ତା, ପୁରୋଷୋତମ୍ ପାଣିଗ୍ରାହି ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।

ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ସୁବ୍ରତ ପୁରୋହିତ ପରିଚାଳନା କରିଥିବାବେଳେ ସୁଜିତ୍ ରାଜହଂସ, ଜିତୁ ପାତ୍ର ଲାଇନ୍ସ ମ୍ୟାନ ଓ ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗ କରିଥିଲେ। ପ୍ରବୁଦତ କୁମ୍ଭାର୍ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଭୁବନେଶ୍ୱର ଜଗା ୟୁନାଇଟେଡ ଦଳର ରକୀ ଓରାମଙ୍କୁ ପୁରସ୍କୃତ କରାଯାଇଛି। କ୍ଲବ୍ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଟିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବାବେଳେ ସୁବର୍ଣ୍ଣପୁରର ସମସ୍ତ ଫୂଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande