ସହରାଂଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ନକ୍ସାର ଶୁଭାରମ୍ଭ
ଖୋର୍ଦ୍ଧା, ୧୮ ଫେବ୍ରୁଆରି (ହି.ସ.) - ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଂଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥା
ନକ୍ସା


ଖୋର୍ଦ୍ଧା, ୧୮ ଫେବ୍ରୁଆରି (ହି.ସ.) - ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଂଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି। ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦ୍‌ଘାଟନ କରିଥିଲେ। ସେହିପରି ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଉଦ୍‌ଘାଟନ କରି କହିଥିଲେ ଯେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯଥା ସାଟେଲାଇଟ୍ ମାଧ୍ୟମରେ ଛବି ଉତୋଳନ, ଡ୍ରୋନ ସର୍ଭେ, ଭୂସ୍ଥାନିକ ସର୍ବେକ୍ଷଣ(ଜିଆଇଏସ୍‌) ଆଧାରରେ ସହରାଂଚଳର ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ନିମନ୍ତେ ଏହା ଭାରତ ସରକାରଙ୍କର ଏକ ଅଭିନବ ପ୍ରୟାସ। ଏହାଦ୍ୱାରା ସହରାଂଚଳର ଭୂମି ସମ୍ବନ୍ଧିତ ରେକର୍ଡକୁ ଠିକ ଭାବେ ଡିଜିଟାଲ ପୋର୍ଟାଲରେ ଉପଲବ୍ଧ କରାଯାଇପାରିବ ଏବଂ ନିୟମିତ ଭାବେ ଅପ୍‌ଡେଟ ମଧ୍ୟ କରାଯାଇପାରିବ । ତେବେ ଏହାଦ୍ୱାରା ଜମିଜମା ସମ୍ବନ୍ଧିୟ ବିବାଦକୁ ସହଜରେ ଦୂର କରିବା ସହ ସହରାଂଚଳ ଜମିର ସଠିକ ମୂଲ୍ୟ ଆକଳନ ହେବା ସହିତ ସଠିକ ଭାବେ ଭୂମି କର ଆଦାୟ କରିବାରେ ସହାୟକ ହେବ । ଏହି ସର୍ଭେ ଦ୍ୱାରା ସହରାଂଚଳର ସ୍ୱଳ୍ପ ଜମିର ସନ୍ତୁଳିତ ଉପଯୋଗ, ନିୟମାବଳୀକୁ ଠିକ ଭାବେ ଲାଗୁ କରିବା, ସ୍ଥାବର ସମ୍ପତି ସମ୍ବନ୍ଧିତ ସେବା ପ୍ରଦାନ କରିବା, ପରିବହନ ତଥା ଅନ୍ୟାନ୍ୟ ଆପଦକାଳୀନ ସେବାକୁ ସୁଦୃଢ଼ କରିବା ସହ ସହରାଂଚଳର ନିରନ୍ତର ବିକାଶକୁ ସୁନିଶ୍ଚିତ କରାଯାଇପାରିବ। ଏପରିକି ଡ୍ରୋନ ସର୍ଭେ ସହ ଭୂମିର ସର୍ଭେ ସମୟରେ ଜମି ମାଲିକଙ୍କ ଉପସ୍ଥିତିରେ ନିର୍ଭୁଲ ଓ ଠିକ ମୂଲ୍ୟାୟନ ଉପରେ ମନ୍ତ୍ରୀ ପୂଜାରୀ ଗୁରୁତ୍ୱ ଦେଇଥିଲେ । ସେହିପରି ପୌର ପରିଷଦ, ରାଜସ୍ୱ ବିଭାଗ ଏବଂ ସର୍ଭେ ଦାୟିତ୍ୱରେ ଥିବା ସଂସ୍ଥା ମଧ୍ୟରେ ଉତମ ବୁଝାମଣା, ସମନ୍ୱୟତା ଏବଂ ଜନସାଧାରଣଙ୍କ ସହଭାଗିତା ଜରୁରୀ ବୋଲି କହିଥିଲେ। ସର୍ଭେ ଅତ୍ୟନ୍ତ ଦାୟିତ୍ୱ ସମ୍ପନ୍ନ ଭାବେ ନିର୍ବାହ କରିବା ସହ ନିଖୁଣ, ସ୍ୱଚ୍ଛତା ଅବଲମ୍ବନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବିକଶିତ ଖୋର୍ଦ୍ଧା ନିର୍ମାଣରେ ଏହା ବେଶ୍ ସହାୟକ ହେବ ବୋଲି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ କହିଥିଲେ।

ଜିଲାପାଳ ଚଂଚଳ ରାଣାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ରାଜ୍ୟ ଜମି ରେକର୍ଡ ସର୍ଭେ ନିଦ୍ଦେର୍ଶକ ବିଜୟ କୁମାର ଖଣ୍ଡାୟତରାୟ, କେନ୍ଦ୍ର ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଆଶିଷ କୌଶଳ, ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ। ଖୋର୍ଦ୍ଧା ଭାରପ୍ରାପ୍ତ ତହସିଲଦାର ନିବେଦିତା ପରିଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande