କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ଯୁବସଂସଦ ଅଧିବେଶନ
ମାଲକାନଗିରି, ୧୮ ଫେବୃଆରୀ (ହି.ସ.)- ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ବିଦ୍ୟାଳୟ ଅଧ୍ୟକ୍ଷ ଡଃ. କୈଳାଶ ମୀନାଙ୍କ ତତ୍ତ୍ୱlବଧାନରେ ଯୁବସଂସଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏହି ଅଧିବେଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଭୂମିକା ଯଥା ବାଚସ୍ପତି, ବିଭଗୀୟ ମନ୍ତ୍ରୀ, ସାଂସଦ ତଥା ସ
କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ଯୁବସଂସଦ ଅଧିବେଶନ


ମାଲକାନଗିରି, ୧୮ ଫେବୃଆରୀ (ହି.ସ.)- ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିରେ ବିଦ୍ୟାଳୟ ଅଧ୍ୟକ୍ଷ ଡଃ. କୈଳାଶ ମୀନାଙ୍କ ତତ୍ତ୍ୱlବଧାନରେ ଯୁବସଂସଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଏହି ଅଧିବେଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଭୂମିକା ଯଥା ବାଚସ୍ପତି, ବିଭଗୀୟ ମନ୍ତ୍ରୀ, ସାଂସଦ ତଥା ସଂସଦରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କ ଭୂମିକା ନିଭେଇଥିଲେ l ଏହି ଅଧିବେଶନ ଦେଶର ବିଭିନ୍ନ ସମସ୍ୟା ଯଥା ମହିଳା ସଂରକ୍ଷଣ ବିଧେୟକ, ରେଳ ଦୁର୍ଘଟଣା, ସ୍ୱାସ୍ଥ୍ୟ ସମସ୍ୟା, ପରିବହନ ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା l ବିରୋଧୀ ଦଳ ଦେଶରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଶାସକ ଦଳକୁ ପ୍ରଶ୍ନ କରି ଜବାବ ତଲବ କରିଥିଲେ l ଏହି ଯୁବ ସଂସଦ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ଦେଶ ଏବଂ ଦେଶବାସୀଙ୍କ ପ୍ରତି କର୍ତ୍ତବ୍ୟ, ସଂସଦର ଗାରିମା, ମୌଳିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ବିଦ୍ୟାଳୟ ସଂଚlଳନା ସମିତିର ସଦସ୍ୟ ଡ଼. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ଯୁବ ସାଂସଦ ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ l ସାଂସଦ ମାନଙ୍କ ଭୂମିକା ଏବଂ ପ୍ରଦର୍ଶନ କୁ ନେଇ ଶ୍ରେଷ୍ଠ ସାଂସଦ ଏବଂ ଅନ୍ୟ ଭୂମିକା ରେ ଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଅଷ୍ଟମ ଶ୍ରେଣୀ ର ଛାତ୍ର ଶ୍ରେୟଂଶ ପଟ୍ଟନାୟକ ଏଥିରେ ପ୍ରଥମ ହୋଇଥିଲେ l

କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଭି. ଅଶୋକ କୁମାର, ଅମିତ ଦାସ, ରଂଜିତ କୁମାର ପାତ୍ର ଏବଂ ନରେଶ ପ୍ରଧାନ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅମିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande