ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ
କେନ୍ଦ୍ରାପଡ଼ା, ୧୮ ଫେବୃଆରୀ(ହି.ସ.) – କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ଓ ଚର୍ତୁପାଶ୍ୱର୍ର ଉନ୍ନତି କରଣ ଓ ଭିତିଭୂମିର ବିକାଶ ପାଇଁ ମହାକାଳପଡା ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକଙ୍କ ପ୍ରଚେଷ୍ଟାରେ ଲୋକସେବା ଭବନରେ ମାନ୍ୟବର ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କ ସହ
ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହିତ ଉଚ୍ଚ ସ୍ତରୀୟ ବୈଠକ


କେନ୍ଦ୍ରାପଡ଼ା, ୧୮ ଫେବୃଆରୀ(ହି.ସ.) – କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ଓ ଚର୍ତୁପାଶ୍ୱର୍ର ଉନ୍ନତି କରଣ ଓ ଭିତିଭୂମିର ବିକାଶ ପାଇଁ ମହାକାଳପଡା ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକଙ୍କ ପ୍ରଚେଷ୍ଟାରେ ଲୋକସେବା ଭବନରେ ମାନ୍ୟବର ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କ ସହିତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକେର ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ ବିଭୁପ୍ରସାଦ ପଣ୍ଡା, ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ, ଉପ ଜିଲ୍ଲପାଳ ଅରୁଣ କୁମାର ନାୟକ, େଦେବାତର କମିଶନର ଲଲୋଟନ୍ଦୁ ଜେନା, େଡ୍ରେନଜ୍ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସିଦ୍ଧାର୍ଥ ଶେଖର ଓ ବିଭାଗୀୟ ଯନ୍ତ୍ରୀ ମାନେ ଉପସ୍ଥିତ ରହି ଉନ୍ନତି କରଣ ସଂପକର୍ରେ ବିସ୍ତୃତ ଅୋଲାଚନା କରିଥେôଲ । ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ଭକ୍ତମାନେ କିପରି ଶ୍ରୀଜୀଉଙ୍କ ଦର୍ଶନ ସୁରୁଖୁରୁରେ କରିବେ, ପୁରୁଣା ଚନ୍ଦନ ପୋଖରୀର ଉନ୍ନତି କରଣ, ମନ୍ଦିର ବେଢାର ଉନ୍ନତି କରଣ, ମନ୍ଦିର ସ୍ଥଳକୁ ଗମନା ଗମନର ସୁବ୍ୟବସ୍ଥା, ରୋଷ ଗୃହର ଉନ୍ନତି କରଣ, ଶୃଙ୍ଖଳିତ ପାର୍କିଙ୍ଗ ବ୍ୟବସ୍ଥା, ଜବର ଦଖଲେର ଥିବା ଠାକୁରଙ୍କ ଜମିକୁ ପୁନରୁଦ୍ଧାର ପ୍ରଭୃତି ପ୍ରତ୍ୟକ ଦିଗ ଉପରେ ଆଲୋଚନା କରାଯାଇଥିଲା। ମନ୍ଦିର ସମେତ ମନ୍ଦିର ପାରିପାର୍ଶ୍ୱିକ ଅବସ୍ଥାରେ କିପରି ଉନ୍ନତି କରଣ ହେବ ସେଥିନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇ ତୁରନ୍ତ ଉନ୍ନତି କରଣ କରିବାପାଇଁ ସରକାର ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଯାହାକି ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande