କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ଗିରଫ୍ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂହ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)– ଏକାମ୍ର ବିଧାୟକ ବାବୁ ସିଂହ କିଟ ରେ ଯେଭଳି ଭାବେ ଜଣେ ଛାତ୍ରୀଙ୍କ ମୃତ୍ୟୁପରେ ନେପାଳର ଛାତ୍ର ଛାତ୍ରୀ ମାନଙ୍କୁ ବାହାର କରି ଦିଆଗଲା ସେ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । କିଟର ପ୍ରତିଷ୍ଠାତା ଅନେକ ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିବା ସହ ସେ ଅଚ୍ୟୁତ
କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ଗିରଫ୍ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂହ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)– ଏକାମ୍ର ବିଧାୟକ ବାବୁ ସିଂହ କିଟ ରେ ଯେଭଳି ଭାବେ ଜଣେ ଛାତ୍ରୀଙ୍କ ମୃତ୍ୟୁପରେ ନେପାଳର ଛାତ୍ର ଛାତ୍ରୀ ମାନଙ୍କୁ ବାହାର କରି ଦିଆଗଲା ସେ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । କିଟର ପ୍ରତିଷ୍ଠାତା ଅନେକ ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିବା ସହ ସେ ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ସେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, କିଟ୍ ବହୁ ଜମି କୁ ଜବର ଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି। ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳ ର ତାର ତଦନ୍ତ ହେବା ଦରକାର। ଶାଗ ମାଛ ଦରରେ ଜମି କିଣିଛି କିଟ୍। ଗୁଣ୍ଡା ଲଗାଇ ଜମି ମାଲିକ ଙ୍କ ଠାରୁ ଜମି ହାତେଇ ଚି କିଟ୍। ତେଣୁ ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande