ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)
- କିଟ
ବିଶ୍ୱବିଦ୍ୟାଳୟରେ ଗତକାଲି ଘଟିଥିବା ଅମାନୁଷିକ ଘଟଣାକୁ ଦୃଢ଼ତାର ସହିତ ବିରୋଧ କରି ଭୁବନେଶ୍ୱର
ଡିସିପିଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ଭୁବନେଶ୍ୱର ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ମାନେ । ଯେଉଁଭଳି
ଭାବରେ ନେପାଳରୁ ଆସି ବୈଷୟିକ ଶିକ୍ଷା ନେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଡ଼ ମାରିବା ହଷ୍ଟେଲରୁ
ତଡ଼ିଦିଆଗଲା ଏବଂ ଜୋରଜବଦସ୍ତି ସେମାନଙ୍କୁ ନେଇ ରେଳ ଷ୍ଟେସନରେ ଛାଡିଦିଆଗଲା ତାହା ଦୁର୍ଭାଗ୍ୟର
ବିଷୟ। ସେମାନଙ୍କୁ ତାଙ୍କ ଦୂତାବାସ କିଛି ସାହାଯ୍ୟ କରି ପାରିବ ନାହିଁ ବୋଲି ଧମକ ଦେବା ଏହା
କୋଉଠି କୋଉଠି ନାଁ କୋଉଠି ଭାରତ ଓ ନେପାଳ ସହିତ ସମ୍ପର୍କ ଖରାପ କରିବା ଭଳି କଥା । ଓଡ଼ିଆ
ଅସ୍ମିତାକୁ ପାଦରେ ଦଳି ଓଡିଶାକୁ ଜାତୀୟ ସ୍ତରରେ ବଦନାମ କରିଛି କିଟ। କିଟର ଯେଉଁ କତ୍ତୃପକ୍ଷ
ଏହି ଅଘଟଣ ପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କିଟ ମାଲିକ
ତୁରନ୍ତ ଭୁଲ ମାଗନ୍ତୁ ନଚେତ ଆଗାମୀ ଦିନରେ କିଟ କ୍ୟାମ୍ପସରେ ଯୁବ ମୋର୍ଚ୍ଚା ତାଲା ପକେଇବ ବୋଲି
ଚେତାବନୀ ଦେଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା