ସହର ଷ୍ଟର୍ମୱାଟର ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବ ବିଏମସି
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.) - ସହରୀ ବନ୍ୟା ପ୍ରତିରୋଧ କରିବା ପାଇଁ ସହର ଷ୍ଟର୍ମୱାଟର ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛି ବିଏମସି । ଏଥିପାଇଁ 8.04 କୋଟି ଟଙ୍କାର ବ୍ୟୟ ବରାଦ ରହିଛି l ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ଆଇଆଇଟି
ସହର ଷ୍ଟର୍ମୱାଟର     ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବ ବିଏମସି


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)

- ସହରୀ ବନ୍ୟା

ପ୍ରତିରୋଧ କରିବା ପାଇଁ ସହର ଷ୍ଟର୍ମୱାଟର ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ

ଯାଉଛି ବିଏମସି । ଏଥିପାଇଁ 8.04 କୋଟି ଟଙ୍କାର ବ୍ୟୟ ବରାଦ ରହିଛି l ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ଆଇଆଇଟି

ରୁରକି ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି ବିଏମସି । ଭୁବନେଶ୍ୱରରେ ଆଉ ସୃଷ୍ଟି ହେବ ନାହିଁ

କୁତ୍ରିମ ବନ୍ୟା । ପ୍ରତିବର୍ଷ, ମୌସୁମୀ ଋତୁରେ, ସହରଟି ବାତ୍ୟା ଜନିତ ବର୍ଷା ଏବଂ ସମୟ ସମୟରେ ମୂଷଳଧାରାରେ ବର୍ଷା ଯୋଗୁଁ ସହରୀ ବନ୍ୟା ଏବଂ ଜଳପ୍ଲାବନ ସମ୍ବନ୍ଧୀୟ ସମସ୍ୟାର

ସମ୍ମୁଖୀନ ହେଉ ଥିଲେ ଲୋକେ । ରାଜଧାନୀ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି

ଜଳବନ୍ଦୀ ରହେ, ଯେଉଁଥିରେ ବସ୍ତି , ଟ୍ରାଫିକ,

କଲୋନୀ ଇତ୍ୟାଦି ଲୋକେ ଅସୁବିଧା ର ସମୁଖୀନ ହୁଅନ୍ତି । ବିଏମସି ସାରା

ଭୁବନେଶ୍ବରରେ ସହରାଞ୍ଚଳ ବନ୍ୟାକୁ ନିୟନ୍ତ୍ରିତ କରିବା ପାଇଁ ଏକ ଜଳବାୟୁ-ସ୍ମାର୍ଟ ଡ୍ରେନେଜ୍

ସିଷ୍ଟମ ପାଇଁ ମାଷ୍ଟର ପ୍ଲାନ୍ ଏବଂ ଡ୍ରାଫ୍ଟ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାରେ ଆବଶ୍ୟକ

ପ୍ରଯୁକ୍ତି ଜ୍ଞାନ ଏବଂ ବିଶେଷଜ୍ଞତା ର ଉପଯୋଗ କରିବାକୁ ଆଇଆଇଟି ରୁରକି ସହିତ ଚୁକ୍ତିନାମା

ସ୍ବାକ୍ଷର କରିଛି । ଆଗାମୀ ଏକ ବର୍ଷ ମଧ୍ୟରେ ପ୍ରାୟ 256 ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ସମଗ୍ର

ସହରର ବର୍ଷାଜଳ ପରିଚାଳନା ପାଇଁ ଏକ ସମନ୍ୱିତ ସମାଧାନ ପ୍ରଦାନ କରିବା ପାଇଁ ଆଇଆଇଟି ରୁରକି ଏକ

ବ୍ୟାପକ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ଏବଂ ଡିପିଆର ପ୍ରସ୍ତୁତ କରିବ। ଏଥିପାଇଁ ଏକବର୍ଷ ସମୟ

ଲାଗିବ l ଏହି ଏମଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ନଗର ଉନ୍ନୟନ

ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହିତ ବିଏମସି ମେୟର, ବିଏମ୍ସି

କମିଶନର ଏବଂ ରୁରକିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande