ଧାନ କିଣାରେ ଅନିୟମିତତା ପାଇଁ 2 ଜଣଙ୍କୁ କରାଯାଇଛି ବହିଷ୍କାର
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଧାନ କିଣାରେ ଅନିୟମିତତା ଓ ଅବହେଳା ପାଇଁ ଦୁଇ ଜଣ ସମବାୟ ସମିତି କର୍ମଚାରୀ ଏବଂ ଜଣେ ନିୟନ୍ତ୍ରିତ ବଜାର କମିଟିର ସଦସ୍ୟଙ୍କୁ ବହିଷ୍କାର କରାଯାଇଛି । ୫ଜଣ ସମବାୟ ସମିତି କର୍ମଚାରୀ ଜଣେ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀଙ୍କୁ ନ
ଧାନ କିଣାରେ ଅନିୟମିତତା     ପାଇଁ 2 ଜଣଙ୍କୁ କରାଯାଇଛି ବହିଷ୍କାର


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଧାନ କିଣାରେ

ଅନିୟମିତତା ଓ ଅବହେଳା ପାଇଁ ଦୁଇ ଜଣ ସମବାୟ ସମିତି କର୍ମଚାରୀ ଏବଂ ଜଣେ ନିୟନ୍ତ୍ରିତ ବଜାର

କମିଟିର ସଦସ୍ୟଙ୍କୁ ବହିଷ୍କାର କରାଯାଇଛି । ୫ଜଣ ସମବାୟ ସମିତି କର୍ମଚାରୀ ଜଣେ ନିୟନ୍ତ୍ରିତ

ବଜାର କମିଟିର କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ୬ଜଣ ସମବାୟ ସମିତିର ଧାନ କ୍ରୟ ଅଧିକାରୀଙ୍କୁ

ଧାନ କିଣା ପ୍ରକ୍ରିୟାରୁ ଅବ୍ୟାହତି ଦିଆଯାଇଛି । ଜଣେ ମାର୍କେଟିଂ ଇନିସପ୍ଟରଙ୍କୁ ନିଲମ୍ବନ

କରାଯାଇଛି, ଆଉ ଜଣେ ସପ୍ଲାଇ ଇନ୍ସପେକ୍ଟରଙ୍କୁ

କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୯ ଗୋଟି ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

୮ ଗୋଟି ଧାନ ବୋଝେଇ ଗାଡିକୁ ଜବତ୍ କରାଯାଇଛି। ଯୋଗାଣ ମନ୍ତ୍ରୀଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ

ଜୀବନ ଜ୍ୟୋତି ଗଡ଼ନାୟକଙ୍କ ନାଁରେ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ ଆଣିଥିଲେ ।

ମନ୍ତ୍ରୀଙ୍କ ନାଁ ରେ ସେ ଟଙ୍କା କଲେକ୍ସନ କରୁଛନ୍ତି । ଏହା ଉପରେ ମନ୍ତ୍ରୀ ଗୃହରେ ଉତ୍ତର ରଖି

କହିଛନ୍ତି ଗତ ନଭେମ୍ବର ୧୧ ତାରିଖରୁ ତାଙ୍କୁ ବହିଷ୍କାର କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande