ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଆମ ଓଡ଼ିଶା
ନବୀନ ଓଡ଼ିଶା ଯୋଜନାରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ପ୍ରକଳ୍ପ କାର୍ଯ୍ୟରୁ କିଛି ଆରମ୍ଭ ହୋଇନଥିବା
ବେଳେ ଆଉ କିଛି ଅଧାପନ୍ତରିଆ ହୋଇପଡିଛି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ୨୦୨୩-୨୪
ରେ ୩୧୪ ବ୍ଲକରେ ୯୦ ହଜାର ୬୨୪ ପ୍ରକଳ୍ପ ପାଇଁ ୩୩୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ।
କିନ୍ତୁ ସେଥିମଧ୍ୟରୁ ୪୨୪୦୦ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୫୦୦୦ ହଜାର ପ୍ରକଳ୍ପ
କାର୍ଯ୍ୟ ଆରମ୍ଭ ହୋଇନାହିଁ । ସେହିପରି ୨୩୦୦୦ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା