ସମାଜସେବୀ ଦେବଦାସ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ
କେନ୍ଦ୍ରାପଡ଼ା, ୧୯ ଫେବୃଆରୀ(ହି.ସ.) –କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ବିଶିଷ୍ଟ ରାଜନେତା ଦେବଦାସ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଆଜି କେନ୍ଦ୍ରାପଡ଼ା ସହରସ୍ଥ ଶ୍ରୀବଳଦେବଜୀଉ ମଣ୍ଡପ
ସମାଜସେବୀ ଦେବଦାସ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ


କେନ୍ଦ୍ରାପଡ଼ା, ୧୯ ଫେବୃଆରୀ(ହି.ସ.) –କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ବିଶିଷ୍ଟ ରାଜନେତା ଦେବଦାସ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଆଜି କେନ୍ଦ୍ରାପଡ଼ା ସହରସ୍ଥ ଶ୍ରୀବଳଦେବଜୀଉ ମଣ୍ଡପରେ ଅନୁଷ୍ଠିତ ଏହି ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ନଗରପାଳ ଧିରେନ ସାହୁ, ସମାଜସେବୀ ରଞ୍ଜିତ ସାହୁ, ସାମ୍ବାଦିକ ପରେଶ ଦାସ, ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ଭୀମସେନ ଭୂୟାଁ, ସରୋଜରାଜ ସିଂ, ବିଭୂ ପ୍ରସାଦ ସିଂ, ନିହାର ମହାପାତ୍ର, ଡ. ସଞ୍ଜୟ ଦାସ, ଇଂ ଅଜୟ ବେହେରା, ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ, ପୌରସଭ୍ୟ ଅଭୟ ବେହେରା, ଉମେଶ ନାୟକ, ନିରାକାର ସ୍ୱାଇଁ, ଇଂ ମାନସ ମହାନ୍ତି, ପ୍ରଶାନ୍ତ ସିଂ, ବିଜୟ ପତି, ପ୍ରଫୁଲ୍ଲ ସାହୁ, ହିରଣ୍ୟ ପଣ୍ଡା, ଲିୟାକତ୍ ଅଲ୍ଲୀ, ସ୍ୱାଧୀନ ଦାଶ, ସାମ୍ବାଦିକ ସାବିର ଖାନ୍‌, ବାବୁଲି ନାୟକ, ପ୍ରକାଶ ପରିଡା, ହାଡିବନ୍ଧୁ ପୃଷ୍ଟି ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ମହାନ୍ତି ଜନେ ଦକ୍ଷ ଆଇନଜୀବୀ ଭାବେ ଯେତିକି ଚର୍ଚ୍ଚିତ ଥିଲେ ତାଠାରୁ ଅଧିକ ପରିଚିତ ଥିଲେ ରାଜନୀତି କ୍ଷେତ୍ରରେ । ତାଙ୍କର ସ୍ପଷ୍ଟବାଦୀତା ଏବଂ ସାହସିକତା ଆଜି ବି ମନେ ପଡେ ବୋଲି ଅତିଥିମାନେ ସ୍ମୃତିଚାରଣ ଅବସରରେ କହିଥିଲେ । ବିଶ୍ୱଦାସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande