ଟ୍ରକକୁ ପିଟିଲା ବାଇକ ଦୁଇ ମୃତ
ଜୟପୁର , 19 ଫେବୃଆରି (ହି.ସ.)କୋରାପୁଟ ଜିଲ୍ଲା ବିସିଂହପୁର ଥାନା କେରାପୁଟ ନିକଟରେ ରାସ୍ତାଉପରେ ଅଟକିଥିବା ଟ୍ରକଦୁ ପଛପଟୁ ପିଟିଲା ବାଇକ।ରଟଣା ସ୍ଥଳରେ ହିଁ ବାଇକ ଚାଳକ ସମେତ ଦୁଇଜଣ ଙ୍କ ଜୀବନ ଯାଇଛି। ଜଣେ ଗୁରୁତର ହୋଇ ବୋରିଗୁମ୍ମା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଘଟଣା ଟି ଗତକାଲି ବିଳମ୍ବିତ ର
ଟ୍ରକକୁ ପିଟିଲା ବାଇକ ଦୁଇ ମୃତ


ଜୟପୁର , 19 ଫେବୃଆରି (ହି.ସ.)କୋରାପୁଟ ଜିଲ୍ଲା ବିସିଂହପୁର ଥାନା କେରାପୁଟ ନିକଟରେ ରାସ୍ତାଉପରେ ଅଟକିଥିବା ଟ୍ରକଦୁ ପଛପଟୁ ପିଟିଲା ବାଇକ।ରଟଣା ସ୍ଥଳରେ ହିଁ ବାଇକ ଚାଳକ ସମେତ ଦୁଇଜଣ ଙ୍କ ଜୀବନ ଯାଇଛି। ଜଣେ ଗୁରୁତର ହୋଇ ବୋରିଗୁମ୍ମା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଘଟଣା ଟି ଗତକାଲି ବିଳମ୍ବିତ ରାତି ରେ ଘଟିଛି।ମୃତ ଦୁଇଜଣ ବ୍ୟକ୍ତି ହେଲେ ଜମୁଣ୍ଡା ପଂଚାୟତ ବଦା ଗୁଡା ଗାଁ ର ଲକ୍ଷ୍ମଣ ଜାନୀ ଏବଂ କୁମ ଜାନୀ।

ଆହତ ବ୍ୟକ୍ତି ପର୍ଶୁରାମ ଜାନୀ।ଏମାନେ ଗତ କାଲି ରାତି ବଦା ଗୁଡା ଗ୍ରାମରୁ ନିଜ ସମ୍ପରିକୀୟ ଙ୍କ ବାହାଘର ଭୋଜି ପାଇଁ ବିସିଂହପୁର ଯାଇଥିଲେ।ଭୋଜି ଖାଇ ଫେରିବା ବେଳେ କେରାପୁଟ ନିକଟରେ ରାସ୍ତାମଝିରେ ଖରାପ ହୋଇ ଅଟକିଥିବା ଏକ ଟ୍ରକକୁ ପଛ ପଟୁ ଧକା ଦେଲେ।ମୃତ ଶବ କୁ ବୋରିଗୁମ୍ମା ମେଡିକାଲ ରେ ରଖା ଯାଇଛି।ମୃତକ ଙ୍କ ପରିବାର କ୍ଷତି ପୁରାଣ ଦାବୀ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande