ସୁବର୍ଣ୍ଣପୁର, ୧୯ ଫେବୃଆରୀ(ହି.ସ.) – ରାମଧୁନ କପ ସର୍ବଭାରତୀୟ ଫୁଟବଲ ଚାମ୍ପିୟନ ସିପ-୨୦୨୫ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁର ଠାରେ ଆଜି ପୁଲ ଏର ପ୍ରଥମ ସେମି ଫାଇନାଲ ମ୍ୟାଚ ଭୁବନେଶ୍ୱର ଜଗା ୟୁନାଇଟେଡ ଓ କଟକ ମା ମଙ୍ଗଳା କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଜଗା ୟୁନାଇଟେଡ଼ ଦଳକୁ ୫-୦ ଗୋଲ୍ ହରାଇ କଟକ ମା ମଙ୍ଗଳା କ୍ଳବ୍ ଟୁର୍ଣ୍ଣାମେଂଟର ଫାଇନାଲକୁ ପ୍ରବେଶ କରିଛି। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଏସପି ଶ୍ରୀ ବିରେନ୍ଦ୍ର କୁମାର ନାଏକ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶ୍ରମ କମିଶନର ଶ୍ରୀ ଡିଲେଶ୍ୱର ଖାଖା ଯୋଗଦେଇ ଆଜିର ମ୍ୟାଚ୍କୁ ଉଦଘାଟନ କରିଥିବାବେଳେ ଅନ୍ୟତମ ଅତିଥି ଭାବରେ ଯୁବ ସଂଗଠକ ତଥା ସମାଜସେବୀ ଅରବିନ୍ଦ ବାରିକ, ପୋଲିସ କନଷ୍ଟେବଳ ସଂଘ ସଭାପତି ଦିନେଶ ମିଶ୍ର, ଯୁବ ନେତା ଅମିୟ ରଞ୍ଜନ ଦାଶ, ମାର୍ଚେଂଟ ଏସୋସିଏସନ୍ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ସଂପାଦକ ଗୁଣନିଧି ମେହେର, ଭୁବନେଶ୍ୱର ଜଗା ୟୁନାଇଟେଡ ଦଳର ଫ୍ରାଂଚାଇଜ୍ ବଗଳା ଜ୍ୱେଲର୍ସ ପ୍ରୋପାଇଟର ରୂପେଶ ଅଗ୍ରୱାଲା, କଟକ ଦଳର ଫ୍ରାଂଚାଇଜ୍ ନାଇସେଟ କମ୍ପ୍ୟୁଟର ଡାଇରେକ୍ଟର ରମଣ ପଧାନ, ଭେଟରାନ ଫୁଟବଲ୍ ଖେଳାଳୀ ପଞ୍ଚାନନ ସାହୁ, ଗଣେଶ ରାମ ମେହେର, ନରସିଂହ ରାଓ, ପବିତ୍ର ଖପର୍ଦ୍ଧ୍ୱକ୍ଷଜ ଯୋଗ ଦେଇ ଖେଳାଳୀ ଓ ଆୟୋଜକ କମିଟିଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ଦିଲ୍ଲୀପ ରାଉତ ଖେଳ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ଥନାପତି, ସୁବ୍ରତ ପୁରୋହିତ ଲାଇନ୍ସ ମ୍ୟାନ ଓ ଫୋର୍ଥ ଅଫିସିଆଲ୍ ଭାବେ ସଂଜନ ପୁରୋହିତ ସହଯୋଗ କରିଥିଲେ। ପ୍ରବୁଦତ କୁମ୍ଭାର୍ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ଦଳର ୧୮ ନମ୍ୱର୍ ଖେଳାଳୀ ବାପୁନି ବିନ୍ଧାଣିଙ୍କୁ ପୁରସ୍କୃତ କରାଯାଇଛି। କ୍ଲବ୍ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବାବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ୱାଗତ କରି ଧନ୍ୟବାଦ ଅର୍ପଣ କରିଥିଲେ। ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବାବେଳେ ସୁବର୍ଣ୍ଣପୁରର ସମସ୍ତ ଫୁଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ