ଅlଟଗାଁ ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ପର୍ବ
ବଲାଙ୍ଗିର, 19 ଫେବ୍ରୁଆରି (ହି.ସ.)ପୁଇଁତଲା ବ୍ଲକ ଅନ୍ତର୍ଗତ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦିଲିପ ଯୋଶୀଙ୍କ ଅଧ୍ୟକ୍ଷ୍ୟତାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦଶମ ଶ୍ରେଣୀର ସୃତିରେଖା ନାଏକ, ମିଲନ ଗୁରୁ,ସାହିଲ ବା
ଅlଟଗାଁ ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ପର୍ବ


ବଲାଙ୍ଗିର, 19 ଫେବ୍ରୁଆରି (ହି.ସ.)ପୁଇଁତଲା ବ୍ଲକ ଅନ୍ତର୍ଗତ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦିଲିପ ଯୋଶୀଙ୍କ ଅଧ୍ୟକ୍ଷ୍ୟତାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦଶମ ଶ୍ରେଣୀର ସୃତିରେଖା ନାଏକ, ମିଲନ ଗୁରୁ,ସାହିଲ ବାଗ, ପ୍ରଜ୍ଞାନ ସୁନା, ନିହାରିକା ସେଲମା ନିଜ ବିଦ୍ୟାଳୟ ଅନୁଭୂତି ବର୍ଣ୍ଣନା କରିଥିବାବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଶିକ୍ଷକ ରୋହିତାଶ୍ଵ ଯୋଶୀ, ଶ୍ଯାମାରାଣୀ ମହାପାତ୍ର, ନିତାଇ ନାଏକ, ଜ୍ୟୋତ୍ସ୍ନା ଭୋଇ ନିଜ ବକ୍ତବ୍ୟ ରଖିଥିବା ବେଳେ ପଦ୍ମିନୀ ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ସନାତନ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande