ଗେଲପୁର ବାପୁଜୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ପ୍ରାଥମିକ ଶିକ୍ଷା ପିଲାମାନଙ୍କ ଭବିଷ୍ୟତ ଜୀବନର ମୂଳଦୁଆ । ଏହି ବିଦ୍ୟାଳୟ ଗୁଡିକ ମଣିଷ ତିଆରି କାରଖାନା । ଏହି କାରଖାନାରେ କାରିଗର ହେଲେ ଶିକ୍ଷକମାନେ । ଶିକ୍ଷାଦାନ ଏକ ମହତ ଦାନ । ଏହାର ମହତ୍ୱକୁ ବୁଝି ଶିକ୍ଷକମାନେ ନିଷ୍ଠାର ସହ ପିଲାମାନଙ୍କ ଭବିଷ୍ୟକ ଗଢିବା ସହ ସ
BAPUJI SCHOOL ANNUAL FUNCTION


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ପ୍ରାଥମିକ ଶିକ୍ଷା ପିଲାମାନଙ୍କ ଭବିଷ୍ୟତ ଜୀବନର ମୂଳଦୁଆ । ଏହି ବିଦ୍ୟାଳୟ ଗୁଡିକ ମଣିଷ ତିଆରି କାରଖାନା । ଏହି କାରଖାନାରେ କାରିଗର ହେଲେ ଶିକ୍ଷକମାନେ । ଶିକ୍ଷାଦାନ ଏକ ମହତ ଦାନ । ଏହାର ମହତ୍ୱକୁ ବୁଝି ଶିକ୍ଷକମାନେ ନିଷ୍ଠାର ସହ ପିଲାମାନଙ୍କ ଭବିଷ୍ୟକ ଗଢିବା ସହ ସେମାନଙ୍କୁ ଜଣେ ସୁନାଗରିକ ହେବାରେ ସହାୟକ ହେବା ଉଚିତ । ଶିକ୍ଷକମାନେ ସମାଜରେ ଏକ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି । ଶିକ୍ଷକ ଭାବରେ ଯେଉଁମାନଙ୍କର ସ୍ୱାଭିମାନ, ମର୍ଯ୍ୟାଦାବୋଧ ଓ ଉନ୍ନତ ଜ୍ଞାନ ତଥା ଚରିତ୍ର ରହିଛି ସରକାର ସେମାନଙ୍କୁ ଆଦର୍ଶ ଶିକ୍ଷକ ନକହିଲେ ସୁଦ୍ଧା ସେମାନେ ସମାଜରେ ଆଦର୍ଶ ପାଲଟି ଯାଇଥାନ୍ତି । ସେହିମାନଙ୍କ ପାଇଁ ଶିକ୍ଷା ରୂପକ କାରଖାନାଟି ବାସ୍ତବରେ ଚାଲିଛି ବୋଲି ଆଜି ଭଦ୍ରକ ଗେଲପୁର ବାପୁଜୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ବେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ଗୟାଧର ପଣ୍ଡା, ଅରୁଣ କୁମାର ସାହୁ, ବାପୁଜୀ ହାଇସ୍କୁଲ ର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଲେଙ୍କା, ସିଆରସିସି ଏସ୍‌କେ ସଲାଉଦ୍ଦିନ, ଆଲୁମୁନି କମିଟି ସଭାପତି ସ୍ନେହାଶିଷ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ବାର୍ଷିକ ଉତ୍ସବକୁ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ସ୍ନେହାଶିଷ କର, ଦୀପ୍ତି ସାମନ୍ତ, ବହ୍ନିବାଳା ମିଶ୍ର, ପୁଷ୍ପଲତା ମହାନ୍ତି, ମନିଷା ତ୍ରିପାଠୀ, ଅନୂସୟା ବେଜ, ପ୍ରତୀଚି ମହାନ୍ତି, ସ୍ନିଗ୍ଧାରାଣୀ ନାୟକ, ରାଜଶ୍ରୀ ମହାନ୍ତି, ଅବନ୍ତି ସାମଲ, ମୀରା ସୂତାର, ସରସ୍ୱତୀ ଖଣ୍ଡାଇ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଗେଲପୁର ବାପୁଜୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande