ବାର୍ଷିକ ଉଚ୍ଚମଧ୍ୟମିକ ପରୀକ୍ଷା ନିମନ୍ତେ ପରୀକ୍ଷା କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ
ବଲାଙ୍ଗୀର, ୧୯ ଫେବୃଆରୀ(ହି.ସ.) – ବାର୍ଷିକ ଉଚ୍ଚମଧ୍ୟମିକ ପରୀକ୍ଷା ସୁରୁଖୁରୁରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଆଜି ବଲାଙ୍ଗୀର ସଦରରେ ଥିବା ମହିଳା ମହାବିଦ୍ୟାଳୟ ଏବଂ ଦେଓଗାଁ ପ୍ଲସ୍ ଟୁ କଲେଜ ପରିଦର୍ଶନ କରିଛନ୍ତି। ଛାତ୍ର ଛାତ୍ରୀଙ୍କ ପାଇଁ ଗୁରୁତ୍ୱ
ବାର୍ଷିକ ଉଚ୍ଚମଧ୍ୟମିକ ପରୀକ୍ଷା ନିମନ୍ତେ ପରୀକ୍ଷା କେନ୍ଦ୍ର କୁ  ଜିଲ୍ଲାପାଳଙ୍କ ପରିଦର୍ଶନ


ବାର୍ଷିକ ଉଚ୍ଚମଧ୍ୟମିକ ପରୀକ୍ଷା ନିମନ୍ତେ ପରୀକ୍ଷା କେନ୍ଦ୍ର କୁ  ଜିଲ୍ଲାପାଳଙ୍କ ପରିଦର୍ଶନ


ବାର୍ଷିକ ଉଚ୍ଚମଧ୍ୟମିକ ପରୀକ୍ଷା ନିମନ୍ତେ ପରୀକ୍ଷା କେନ୍ଦ୍ର କୁ  ଜିଲ୍ଲାପାଳଙ୍କ ପରିଦର୍ଶନ


ବଲାଙ୍ଗୀର, ୧୯ ଫେବୃଆରୀ(ହି.ସ.) – ବାର୍ଷିକ ଉଚ୍ଚମଧ୍ୟମିକ ପରୀକ୍ଷା ସୁରୁଖୁରୁରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଆଜି ବଲାଙ୍ଗୀର ସଦରରେ ଥିବା ମହିଳା ମହାବିଦ୍ୟାଳୟ ଏବଂ ଦେଓଗାଁ ପ୍ଲସ୍ ଟୁ କଲେଜ ପରିଦର୍ଶନ କରିଛନ୍ତି। ଛାତ୍ର ଛାତ୍ରୀଙ୍କ ପାଇଁ ଗୁରୁତ୍ୱ ବହନ କରୁଥିବାରୁ ସେମାନେ କିପରି କୌଣସି ଅସୁବିଧାରେ ପରୀକ୍ଷା ଦେଇପାରିବେ ସେ ବାବଦରେ ଜିଲ୍ଲାପାଳ ଶ୍ରୀ ଇସଲୱାର ତର୍ଜମା କରିଛନ୍ତି ଓ ଶାନ୍ତିପୂର୍ଣ୍ଣ ତଥା ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କିପରି ଅବାଧରେ ହେବ ସେ ବିଷୟରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଧ୍ୟାନ ଦେବାକୁ କହିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଏହି କେନ୍ଦ୍ରଗୁଡ଼ିକରେ ସିସିଟିଭି, ସୁରକ୍ଷା ଆଦି ବାବଦରେ ବୁଲିଦେଖିଥିଲେ। ପିଲାମାନେ ପ୍ରଶ୍ନ ପତ୍ର ଠିକ ସମୟରେ ପାଇଲେ ନା ନାହି, ପରୀକ୍ଷା ପରିଚାଳକ ଉପଯୁକ୍ତ ତାଲିମ ପ୍ରାପ୍ତ ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଖରା ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ଧ୍ୟାନଦେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଓ ସୂଚନା ଅନୁସାରେ, ଫେବୃୟାରୀ ୧୮ ତାରିଖରୁ ଆସନ୍ତା ୨୭ ତାରିଖ ଯାଏଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାର କଳା , ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ନିମନ୍ତେ ବାର୍ଷିକ ଉଚ୍ଚମଧ୍ୟମିକ ପରୀକ୍ଷା ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ବଲାଙ୍ଗିର ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ବିଡିଓ ପ୍ରିୟରଞ୍ଜନ କୁମାର ମଧ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande