ବାଲିମେଳା ସ୍ଥିତ ପିଏମ୍‌ଶ୍ରୀ ନବୋଦୟ ବିଦ୍ୟାଳୟ ୨ ର ଛାତ୍ର ଛାତ୍ରୀ ଡିଡାଇ ସଂପ୍ରଦାୟ ସଂପର୍କରେ ତଥ୍ୟ ସଂଗ୍ରହ
ମାଲକାନଗିରି, ୧୯ ଫେବ୍ରୁଆରି (ହି.ସ.)ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପିଏମ୍‌ଶ୍ରୀ ନବୋଦୟ ବିଦ୍ୟାଳୟ ହେରିଟେଜ୍ କ୍ଲବର ଛାତ୍ରଛାତ୍ରୀ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସି-୧ ଏବଂ ଆରଏସି-୪ ଗାଁ ପରିଦଶର୍ନ କରିଛନ୍ତି। ସେଠାରେ ଛାତ୍ରଛାତ୍ରୀ ଡିଡାଇ ସଂପ୍ରଦାୟ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ
ଛାତ୍ରୀ ଡିଡାଇ ସଂପ୍ରଦାୟ ସଂପର୍କରେ ତଥ୍ୟ ସଂଗ୍ରହ


ଛାତ୍ରୀ ଡିଡାଇ ସଂପ୍ରଦାୟ ସଂପର୍କରେ ତଥ୍ୟ ସଂଗ୍ରହ


ମାଲକାନଗିରି, ୧୯ ଫେବ୍ରୁଆରି (ହି.ସ.)ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପିଏମ୍‌ଶ୍ରୀ ନବୋଦୟ ବିଦ୍ୟାଳୟ ହେରିଟେଜ୍ କ୍ଲବର ଛାତ୍ରଛାତ୍ରୀ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସି-୧ ଏବଂ ଆରଏସି-୪ ଗାଁ ପରିଦଶର୍ନ କରିଛନ୍ତି। ସେଠାରେ ଛାତ୍ରଛାତ୍ରୀ ଡିଡାଇ ସଂପ୍ରଦାୟ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ପିଏମ୍‌ଶ୍ରୀ କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଗାଇଡ୍ ଶିକ୍ଷକ କବିରାଜ ସେଠୀ ଓ ଶାଶ୍ଵତୀ ଜେନାଙ୍କ ତତ୍ତ୍ବାବଧାନରେ ଡିଡାଇ ସଂପ୍ରଦାୟ ସଂପର୍କରେ ଏକ ପ୍ରକଳ୍ପ ତିଆରି ପାଇଁ ତଥ୍ୟ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳିକା ପ୍ରୟଦର୍ଶିନୀ ଜେନା, ଅଭିଷେକ ସମରଥ, ସ୍ଥିତିପ୍ରଜ୍ଞା ଦାସ ଓ ନିହାରିକା ଦେୱାନ ପ୍ରମୁଖ ଗ୍ରାମ ଗୁଡିକୁ ଯାଇ ସର୍ଭେ କରିଥିଲେ । ଏଭଳି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ତଥା କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande