ବଲାଙ୍ଗିର, 19 ଫେବ୍ରୁଆରି (ହି.ସ.)ବ୍ଲକସ୍ତରୀୟ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଏକଦିବସୀୟ ପ୍ରଶିକ୍ଷଣ ଶିବିର ସଇଁତଳା ସରକାରୀ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନୟ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ରେଡକ୍ରସ ଆନ୍ଦୋଳନର ନୀତି ଓ ଆଦର୍ଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ନିଜ ବକ୍ତବ୍ୟରେ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ସେବା ମନୋଭାବ କାମ ପ୍ରଶଂସା ଯୋଗ୍ୟ ବୋଲି କହିଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ବିକାଶ ସାହୁ ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଦାୟିତ୍ୱ ଓ ମାନବସେବା ସଂପର୍କରେ କହିଥିଲେ । ଆହତ ବ୍ୟକ୍ତିକୁ କିଭଳି ପ୍ରାଥମିକ ଚିକିତ୍ସା ଦିଆଯିବ, ବିଦ୍ୟାଳୟ ଗୁଡ଼ିକରେ ଜେଆରସି ୟୁନିଟ ଗଠନ, ସଡକ ସୁରକ୍ଷା ସଂପର୍କରେ ସାଧନକର୍ମୀ ରବୀନ୍ଦ୍ର ଠେଟୁଆଲ, ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ କହିଥିଲେ । ବିଦ୍ୟାଳୟର ପରାମର୍ଶଦାତା ରଞ୍ଜିତା ମିଶ୍ର, ପଦ୍ମଜା ନନ୍ଦିନୀ ବହିଦାର, ବନମାଳୀ ସ୍ୱାଇଁ, ହରେକୃଷ୍ଣ ତାଣ୍ଡି, ରାଜେନ୍ଦ୍ର ଦୋର, ତରୁଣ ପୋଢ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ । ଜିିଲ୍ଳାର ସଇଁତଳା, ଟିଟିଲାଗଡ, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକରୁ ୧୦୦ରୁ ଅôଦକ ଜୁୁୁନିୟର ରେଡକ୍ରସ ପରାମର୍ଶଦାତା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ସଇଁତଳା ବ୍ଲକ ସଂଯୋଜକ ହେମନ୍ତ ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ