ଧାନମଣ୍ଡିର ଅବ୍ୟବସ୍ଥା ନେଇ ନବ ନିର୍ମାଣ କୃଷକ ସଂଗଠନର ଅନଶନକୁ ସମର୍ଥନ କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭୁବନେଶ୍ୱର ଠାରେ ସାରା ରାଜ୍ୟରେ ଧାନ ମଣ୍ଡିରେ ହେଉଥିବା ଅବ୍ୟବସ୍ଥା କୁ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନସନରେ ବସିଥିବା ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅନସନରେ ପହଂଚିି ସମର୍ଥନ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସା
DHANAMANDI SAMARTHANA - PRAFULLA SAMAL


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭୁବନେଶ୍ୱର ଠାରେ ସାରା ରାଜ୍ୟରେ ଧାନ ମଣ୍ଡିରେ ହେଉଥିବା ଅବ୍ୟବସ୍ଥା କୁ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନସନରେ ବସିଥିବା ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅନସନରେ ପହଂଚିି ସମର୍ଥନ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଭଦ୍ରକ ର ପୌରାଦ୍ଧକ୍ଷା ଗୁଲମକ୍କି ହବିବ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ନେତୃମଣ୍ଡଳୀ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସେଠାରେ ତାଙ୍କ ବକ୍ତବ୍ୟରେ କହିଥିଲେ ସାମାଜିକ ସମସ୍ୟା କୁ ନେଇ କରାଯାଇଥିବା ଅନସନ କେବେ ବ୍ୟର୍ଥ ଯାଏ ନାହିଁ। ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଠିକ୍ ସମୟ ମଧ୍ୟରେ ଏବଂ ବିନା କଟନୀ ଛଟନୀ ରେ ଧାନ କ୍ରୟ ର ସୁବିଧା ପ୍ରଦାନ କରନ୍ତୁ। ଯାହାଦ୍ୱାରା କୃଷକ ଭାଇମାନେ ଆର୍ôଥକ କ୍ଷେତ୍ରରେ ଉପକୃତ ହୋଇପାରିବେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande