ମୁଖୀଗୁଡା ୧୯ଫେବ୍ରୁଆରି (ହି.ସ.) - କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ରେ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଠାବ କରିଛି ଅବକାରୀ ବିଭାଗ ଶହ ଶହ ଖାଲି ମଦ ବୋତଲ ସହ ଲିଟର ଲିଟର ହୁଈସ୍କି ଓ ବିଅର ଜବତ କରାଯାଇଛି। ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ ରେଞ୍ଜ ଓ ଜୟପାଟଣା ଅବକାରୀ ଥାନା ଅଧିକାରୀ ତଥା ତାଙ୍କ ଟିମର ମିଲିତ ଚଢାଉରେ ବିପୁଳ ପରିମାଣର ବିଦେଶୀ ମଦ ଓ ମୃତ୍ୟୁସଂଜୀବନି ସୁରା ଜବତ କରାଯାଇଛି।ସୂଚନା ମୁଖିଗୁଡ଼ା ଗାଁ ର କ୍ଷମା ସାହୁ(୩୭) ଓରଫ ଖୁସିରାମ ନିଜ ଘରେ ଉକ୍ତ ନକଲି ବିଦେଶୀ ମଦ ତିଆରି କରୁଥିବା ସୁରାଗ ପାଇ ମାଡି ବସିଥିଲା ଅବକାରି ବିଭାଗ। ଏ ନେଇ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ର ନକଲି ମଦ,ଲେବଲ, ମଦ ତିଆରି ସାମଗ୍ରୀ ସହ ବିଭିନ୍ନ ବ୍ରାଣ୍ଡ ର ଖାଲି ମଦ ବୋତଲ ଜବତ କରିଛି ଅବକାରୀ ବିଭାଗ। ଅଫିସର ଚଏସ,ମେକଡଏଲ,ଆଏସ, ରୋୟାଲ ଚେଲେଞ୍ଜ, ଫ୍ରଣ୍ଟଲାଇନ, ବ୍ଲେକ ବାକାଡି, କିଙ୍ଗଫିସର, ଏମଏସ, ଓଏଲଡ଼ ମଗ ଭଳି ଅନେକ ବ୍ରାଣ୍ଡ ର ମଦ ଦେଖିବାକୁ ମିଳିଛି। ଖାଲି ମଦ ବୋତଲ,୫୪.୫୧୦ ଲିଟର ଲିକର,୧୫୩.୬୫ ଲିଟର ବିଅର,୨୩୮ ଟି ଲେବଲ ଓ ୨୪୬୭ଟି କର୍କ ଜବତ ହୋଇଛି।ଏ ନେଇ ଖୁସିରାମ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ଅଭିଯୁକ୍ତ ଙ୍କ ନାମରେ ଓଡିଶା ଅବକାରୀ ଆକ୍ଟ ୫୨ ଓ ୬୨ ଲଗାଯାଇଛି ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରୁନଥିବା ଜଣାପଡିଛି। ଦୀର୍ଘଦିନ ହେଲା ଏଠି ମଦ ପ୍ରସ୍ତୁତ ହୋଇ ବିଭିନ୍ନ ଅଂଚଳକୁ ଚୋରା ଚାଲାଣ ହେଉଥିବା ବେଳେ ଏହାର ଟେର ପାଉନଥିଲା ଅବକାରୀ ବିଭାଗ। ଅଭିଯୁକ୍ତ ସାହୁ ନକଲି ମଦ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଏହି ମଦ ପିଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା କଣ ହେଉଥିବା ତାହା ସହଜେ ବାରି ହେଉଛି। ଅସଲି ମଦ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହେଲେ ଏଭଳି ନକଲି ମଦ କେତେ ମାରାତ୍ମକ ତାହା କଳନା କରିବା ଅସମ୍ଭବ ।
ହିନ୍ଦୁସ୍ଥାନ ସମାଚାର/ନିହାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |