ଘଂଟେଶ୍ୱର ଅଂଚଳରେ ଶାନ୍ତି ଫେରାଇ ଆଣିବା ଦାବୀ ମହଙ୍ଗା ପଡିଲା, ଆଂଚଳିକ ସୁରକ୍ଷା ମହାସଂଘ ସଭାପତିଙ୍କୁ ଆକ୍ରମଣ, ଥାନାରେ ଏତଲା
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଘଂଟେଶ୍ୱର ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲିଥିବା ବେଳେ ଏହି ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିବା ଜଣେ ସାମଜିକ କର୍ମୀ ଙ୍କୁ ଗତକାଲି ରାତିରେ ମରଣାତ୍ମକ ଆକ୍ରମଣ ହୋଇଛି। ପ୍ରାପ୍ତ ଖବରରୁ ଘଂଟେଶ୍ୱର ଆଂଚଳିକ ସୁରକ୍ଷା ମହାସଂଘର
GHANTESWAR - SURAKHYA MAHASANGHASABHAPATI NKU AKRAMANA


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଘଂଟେଶ୍ୱର ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲିଥିବା ବେଳେ ଏହି ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିବା ଜଣେ ସାମଜିକ କର୍ମୀ ଙ୍କୁ ଗତକାଲି ରାତିରେ ମରଣାତ୍ମକ ଆକ୍ରମଣ ହୋଇଛି। ପ୍ରାପ୍ତ ଖବରରୁ ଘଂଟେଶ୍ୱର ଆଂଚଳିକ ସୁରକ୍ଷା ମହାସଂଘର ସଭାପତି ଅଞ୍ଜନ ଦାସ ଏବଂ ତାଙ୍କର ଗତକାଲି ଖଦାଳପୋଖରୀ ଗ୍ରାମରୁ ଫେରୁଥିବା ବେଳେ କଣ ପାଇଁ ଆମ ପଛରେ ପଡିଛ ବୋଲି ୫-୬ ଜଣ ଅସାମାଜିକ ଯୁବକ ଆସି କୁଦାଳ ବେଂଟ ଏବଂ ବାଂଉଶ ବାଡିରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅଞ୍ଜନ ଦାସ ଏବଂ ତାଙ୍କ ପୁତୁରା ବନ୍ଦନ ଦାସ ଆହତ ହୋଇଥିଲେ। ପରେ ବନ୍ଦନ ଦାସଙ୍କୁ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଅଞ୍ଜନ ଦାସ ସାମନ୍ୟ ଆହାତ ହୋଇ ଥିଲେ। ପରେ ଅଞ୍ଜନ ଦାସ ଆସି ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ସଂପୃକ୍ତ ଆକ୍ରମଣକାରୀ ଯୁବକ ମାନେ ଶାସକ ଦଳର କର୍ମୀ ବୋଲି ସେମାନଙ୍କୁ ଗିରଫ କରାଯାଉ ନାହିଁ ବୋଲି ଅଞ୍ଜନ ଦାସ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିଙ୍କୁ ଗିରଫ କରାଯାଇ ନଥିବା ବେଳେ ଏହି ମରଣାତ୍ମକ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ନିିଜ ପ୍ରତିକ୍ରିୟା ରଖି କୁହନ୍ତି ଘଂଟେଶ୍ୱର ଅଂଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ତୁରନ୍ତ ପ୍ରଶାସନ ଏହାର ମୁକାବିଲା କରିବା ଜରୁରୀ ହୋଇ ପଡିଛି ନଚେତ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥି ପାଇଁ ସଂପୂର୍ଣ ଦାୟୀ ରହିବେ। ତୁରନ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଏହାର ସୁସମାଧାନ କରିବା ଆବଶ୍ୟକ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande