ହଜରତ ମନସୁର ସାହା ବାବାଙ୍କ ଉର୍ସ ଉତ୍ସବରେ ଭଦ୍ରକବାସୀଙ୍କ ସୁଖଶାନ୍ତି କାମନା କଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ପୌରାଂଚଳ ୱାର୍ଡ ନଂ ୨୩ ଅଲାଲପୁର ଠାରେ ହଜରତ ମନସୁର୍ ସାହା ବାବା (ଆର.ଏ.) ଙ୍କ ଉର୍ସ ଉତ୍ସବରେ ଯୋଗଦେଇ ବାବାଙ୍କ ଆଶିର୍ବାଦ ଗ୍ରହଣ କରିବା ସହ ସମଗ୍ର ଭଦ୍ରକ ବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌ
HAJARAT MANSOOR SAHA BABA


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ପୌରାଂଚଳ ୱାର୍ଡ ନଂ ୨୩ ଅଲାଲପୁର ଠାରେ ହଜରତ ମନସୁର୍ ସାହା ବାବା (ଆର.ଏ.) ଙ୍କ ଉର୍ସ ଉତ୍ସବରେ ଯୋଗଦେଇ ବାବାଙ୍କ ଆଶିର୍ବାଦ ଗ୍ରହଣ କରିବା ସହ ସମଗ୍ର ଭଦ୍ରକ ବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ୱାର୍ଡ ନମ୍ବର ୨୬ ର ପାରିଷଦ ଜୁଲଫୁକାର ଅଲ୍ଲୀ, ୱାର୍ଡ ନମ୍ବର ୨୪ ର ପାରିଷଦ ଯାୟିଦ ସାହା, ସର୍ଦ୍ଦାର କଲିମୁଦ୍ଧିନ ଖାନ, ସମ୍ପାଦକ ଏମ.ଡି. ଆବିଦ ସାହା, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୦ ପାରିଷଦ ଙ୍କ ପ୍ରତିନିଧି ପଙ୍କଜ ବଳ(ଟିକି ଭାଇ), ବରିଷ୍ଠ ନେତା ମେହେବୁବ ଖାନ,ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ଯୁବନେତା ଶ୍ରୀ ଦେବାଶିଷ ଭାରତୀ ଏବଂ କମିଟି ର ସଦସ୍ୟ ବୃନ୍ଦ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ବୃନ୍ଦ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande