ଲୁଟ ମାମଲାରେ ୩ ଗିରଫ
ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଲୁଟ ମାମଲାରେ ତିନି ଅଭିଯୁକ୍ତ କୁ କରିଛି ଜୟପୁର ସଦର ପୋଲିସ। ଲୁଟ ମାମଲାରେ ୩ ଅଭିଯୁକ୍ତ କୁ ଗିରଫ ମଙ୍ଗଳବାରାତ୍ର ୧୦ ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଗଣ ମାଧ୍ୟମକୁ ସୁଚନା ଦିଆଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋରାହାଣ୍ଡି ଗ୍ରାମର କଣ୍ଣ ହରିଜନ (୪୯) ଭ
ଲୁଟ ମାମଲାରେ ୩ ଗିରଫ


ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଲୁଟ ମାମଲାରେ ତିନି ଅଭିଯୁକ୍ତ କୁ କରିଛି ଜୟପୁର ସଦର ପୋଲିସ। ଲୁଟ ମାମଲାରେ ୩ ଅଭିଯୁକ୍ତ କୁ ଗିରଫ ମଙ୍ଗଳବାରାତ୍ର ୧୦ ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଗଣ ମାଧ୍ୟମକୁ ସୁଚନା ଦିଆଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋରାହାଣ୍ଡି ଗ୍ରାମର କଣ୍ଣ ହରିଜନ (୪୯) ଭାଟିଗୁଡା ରମେଶ ହରଜିନ (୨୭) ବୁଟୁଗୁଡା ଗ୍ରାମର ତ୍ରିନାଥ ହରିଜନ ଏଲିୟ ବୁଡୁ ହରିଜନ (୨୩) । ଗିରଫ ଅଭିଯୁକ୍ତ ଙ୍କ ଠାରୁ ୨ଟି ବାଇକ, ୨ଟି ୩ ଭରିର ସୁନା ମଙ୍ଗଳ ସୁତ୍ର ଜବତ କରିଛି । ଜୟପୁର ସଦର ଥାନାରେ ଗତ ୪.୧୦.୨୪ ତାରିଖ ଅଭିଯୋଗ ହୋଇଥିଲା । ଜୟରପୁର ସଦର ଥାନା ଅନ୍ତର୍ଗତ ସିନ୍ଧିିଗ୍ରାମର କନକ ଦେଇ ଭତ୍ରା ଅଭି ଯୋଗ କରିଥିଲେ । ଗତ ୩.୧୦.୨୪ ତାରିଖରେ ତାରିଖରେ ହାଡିଆରୁ ଆସୁଥିବା ସମୟରେ ସିନ୍ଧିଗାଁ ନିକଟରେ ୩ ଜଣ ମୁଖାଧାରି ଦୁବୁର୍ତ ବାଇକରେ ଆସି ମଙ୍ଗଳ ସୁତ୍ର ଲୁଟ କରି ହାଡିଆ ଗ୍ରାମ ଆଡେ ସମ୍ପଟ ମାରିଥିଲେ । ଅଭି ଯୋଗ ଆଧାରରେ ପୋଲିସ ମାମଲା ୩୦୨/୨୪ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦଦନ୍ତ ରେ ଜାଣି ପୋଲିସ ୩ ଅଭିଯୁକ୍ତ କୁ ଗିରଫ କରି ମଙ୍ଗଳ ସୁତ୍ର ଓ ବାଇକ କୁ ଜବତ କରିଛି । ଗିରଫ ୩ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବି ଷୟ ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି । ସେହି ପରି ଅନ୍ୟ ଏକ ପେପେର ମିଲ ଛକ ଲୁଟ ମାମଲାରେ ମଧ୍ୟ ଗିରଫ ୩ ଅଭିଯୁକ୍ତ ଜଡିତ ଥିବା ପୋଲିସ ତଦନ୍ତରୁ ଜାଣବାକୁ ପାଇଥିଲା । ୧୮.୨.୨୫ ତାରିଖ ପ୍ରକାଶ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଥିଲେ ଯେ ୩ ଅଭିଯୁକ୍ତ ପେପର ମିଲ ଛକରେ ମହିଳା ଙ୍କ ଠାରୁ ମଙ୍ଗଳ ସୁତ୍ର ଲୁଟ କରିଥିଲେ । ଯାହାକି ୧ ଲକ୍ଷ ଟଙ୍କାରୁ ଉଦ୍ଧ ହେବ ଅଭିଯୋଗ ଆଧାରରେ ପୋଲିସ ମାମଲା ୫୭/୨୫ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ର ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande