ଘଟଗାଁ ୧୯ ଫେବୃଆରୀ(ହିସ)ଆନନ୍ଦପୁର ବ୍ଳକ ଅନ୍ତର୍ଗତ କୋଳିମାଟି ସରକରୀ ଆଶ୍ରମ ବିଦ୍ୟାଳୟର ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଳିମାଟି ଗ୍ରାମ ପଞ୍ଚାୟତ କୋଳିମାଟି ସରକରୀ ଆଶ୍ରମ ବିଦ୍ୟାଳୟରେ ଆୟୋଜିତ ବର୍ଷିକ ଉତ୍ସବ କୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପୁର୍ତ୍ତି ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାବେ ଆନନ୍ଦପୁର ଉପଜିଲାପାଳ ଫାଲଗୁନୀ ମାଝି ଯୋଗଦେଇ ଆଶ୍ରମ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ଓ ସମ୍ମାନୀତ ଅତିଥି ଭାବେ ଆଦିବାସୀ ଆଶ୍ରମ ବିଦ୍ୟାଳୟର ନିରିକ୍ଷକ ସଂଜୟ କୁମାର ଧଳ, କୋଳିମାଟି ସି ଆ ସି ସି ଭରତ ଚନ୍ଦ୍ର ପାତ୍ର,ଆନନ୍ଦପୁର ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ହେମେନ୍ଦ୍ର ମହାନ୍ତି,ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବିର କୁମାର ଦେଓ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ ।
କୋଳିମାଟି ସରକରୀ ଆଶ୍ରମ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ପ୍ରିୟ ଲକ୍ଷ୍ମୀ ସା,ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଦୀପ୍ତିମୟୀ ସାହୁ , ସ୍ନେହଲତା ପରିଡା ,ମଳୟ କେତନ ପରିମାଣିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କର୍ମଚାରୀ ସୁବାଷ ଚନ୍ଦ୍ର ବେଜ, ଅଭିରାମ ନାୟକ, ଦେବେନ୍ଦ୍ର କୁମାର ଜାଇକି ପାର୍ବତୀ ନାଇକ, ଗୋଲାପ ନାଇକ, ଭାରତୀ ନାଇକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ