ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଦକ୍ଷତା ବିକାଶ ତାଲମ କେନ୍ଦ୍ର କେଏମଏନଆର ଜୟପୁର ଠାରେ ସମବାୟ ପରିଚାଳନା କେନ୍ଦ୍ର କୋରାପୁଟ ପକ୍ଷରୁ ପ୍ରାଥମିକ ଦୁଗଧ ସମବାୟ ସମିତିର ପରିଚାଳନା ପରିଷଦ ଓ କର୍ମକର୍ତା ନିମନ୍ତେ ଏକ ଦିବସିୟ ତାଲିମ ଶିବିର ଅନୁଷ୍ଟିତ ହୋଇଛି । ଉକ୍ତ କାଯ୍ୟକ୍ରଟି ସମବାୟ ପରିଚାଳନା କେନ୍ଦ୍ର ଅଧ୍ୟକ୍ଷ ସଞ୍ଜୟ କୁମାର ପାତ୍ର ଙ୍କ ଅଧ୍ୟ୍ୟକ୍ଷତାରେ ତାଲିମ ଶିବିର ଅନୁଷ୍ଟିତ ହୋଇଛି । କୋରାପୁଟ, ସାଲକାନଗିରି, ନବରଙ୍ଗପୁର, ରାୟଗଡା ମିଲୟ ୟୁନିୟନ ସଭାପତି ତଥା ଓମଫେଡ ପରିଚାଳନା ପରିଷଦରଅନୁପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଦୁଗଧ ସମବାୟ ମାଧ୍ୟମରେ କିପରି ଆର୍ôଥକ ଉନ୍ନତି କରିବେ ଆଲୋଚନା କରିଥିଲେ । ୟୁନିୟନର ମୁଖ୍ୟ ପରିଚାଳକ କୁନି ରାଉତ , ଏସଡିଭିଓ ଡ. ବିଶ୍ୱଜିତ ରାୟ, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ରପରିଚାଳକ (ଋଣ) ମନୋଜ କୁମାର ସାହୁ, ସହ ୟୁନିୟନର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ । ବିଭିନ୍ନ ସରକାରୀ ଯୋଜନା ସଫଳ ଙେବା ପାଇଁ ଉପସ୍ଥିତ ସମସତ ସଭ୍ୟ ଓ ସଭ୍ୟା ମାନଙ୍କୁ ଅନୁରୋଧ କରିଥିଲେ। ଏହା କାଯ୍ୟକ୍ରମରେ କେଏମଏନଏର ମିଲକ ୟୁନିୟନ ଜୟପୁର ଅଧିନରେ ଥିବା ୭ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତିର ୫୬ ଜଣ ପରିଚାଳନା ପରିଷଦର ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପରି ଶେଷରେ ସମବାୟ ପରିଚାଳନା ପରିଷଦ କୋରାପୁଟା ମମତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲ ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ