ଟ୍ରାକ୍ଟର ସୋ ରୁମ ସେଫ୍ଟି ଲକର ଲୁଟ ଘଟଣା କେନାଲ ରୁ ମିଳିଲା ଲକର
ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ସହରର ଏକ ଟ୍ରାକ୍ଟର ସୋ ରୁମରୁ ଗତ ୧୬ ତାରିଖ ମଧ୍ୟ ରାତ୍ରରେ ଚୋରି ହୋଇଥିବା ସେଫ୍ଟି ଲକର କୁ ଜୟପୁର ଦମକଳ ବିଭାଗ ଓ ପୁଲିସ କର୍ମଚାରୀ ମାନେ ସକାଳ ଠାରୁ କେନାଲରେ ଖୋଜା ଖୋଜି କରିବା ପରେ ସନ୍ଧ୍ୟାରେ ଲକର ପାଇବାରେ ସଫଳ ହୋଇଛନ୍ତି। ଗତକାଲି ଜୟପୁର ଟାଉନପୁଲିସ
ଟ୍ରାକ୍ଟର ସୋ ରୁମ ସେଫ୍ଟି ଲକର ଲୁଟ ଘଟଣା କେନାଲ ରୁ  ମିଳିଲା ଲକର


ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ସହରର ଏକ ଟ୍ରାକ୍ଟର ସୋ ରୁମରୁ ଗତ ୧୬ ତାରିଖ ମଧ୍ୟ ରାତ୍ରରେ ଚୋରି ହୋଇଥିବା ସେଫ୍ଟି ଲକର କୁ ଜୟପୁର ଦମକଳ ବିଭାଗ ଓ ପୁଲିସ କର୍ମଚାରୀ ମାନେ ସକାଳ ଠାରୁ କେନାଲରେ ଖୋଜା ଖୋଜି କରିବା ପରେ ସନ୍ଧ୍ୟାରେ ଲକର ପାଇବାରେ ସଫଳ ହୋଇଛନ୍ତି। ଗତକାଲି ଜୟପୁର ଟାଉନପୁଲିସ ଟ୍ରାକ୍ଟର ସୋରୁମ ଚୋରି ମାମଲାର ତଦନ୍ତ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିଲା। ହାଟପଦା ଅଂଚଳର ୪ଜଣ ଯୁବକଙ୍କୁ ଗିରଫ କରି ଥାନାକୁ ଆଣି ପଚରା ଉଚୁରା କରିବା ପରେ ଘଟଣା ସପ୍ସପର୍କରେ ଚୋରଦଳ ଟ୍ରାକ୍ଟର ସୋରୁମରୁ ଚୋରି କରିଥିବା ସ୍ୱିକାର କରିଥିଲେ। ସୋରୁମରୁ ଚୋରି ହୋଇଥିବା ସେଫ୍ଟି ଲକରକୁ କେନାଲରେ ପକାଇଦେଇଥିବା କହିଥିଲେ। ଆଜି ସକାଳୁ ଟାଉନ ପୁଲିସ ଚୋର ଦଳକୁ ଆଣି କେନାଲର କେଉଁ ସ୍ଥାନରେ ପକାଇଛନ୍ତି ବୋଲି ଜାଗା ଚିହ୍ନଟ କରିବା ପାଇଁ ଆଣିଥିଲେ। ଚୋର ଦଳ ଗାନ୍ଧୀଛକ ନିକଟସ୍ଥ କେନାଲ ବ୍ରିଜ ଉପରୁ ଫୋପାଡି ଦେଇଥିବା ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା। ପୁଲିସ ଓ ଦମକଳ ବିଭାଗର ମିଳିତ ଉଦ୍ୟମରେ ସକାଳ ୧୦ଟା ରୁ ଖୋଜା ପ୍ରକିୟା ଆରମ୍ଭ କରାଯାଇଥିଲା। ପାଣିର ସ୍ରୋତ ଅଧିକ ଥିବାରୁ ଖୋଜିବାରେ ଅସୁବିଧା ହୋଇଥିଲା। ଏସଡିପିଓ ଅଙ୍କିତ ବର୍ମା କେନାଲ ଡିଭିଜନକୁ ଫୋନ କରି ପାଣି ବନ୍ଦ କରିବାକୁ କହିବା ପରେ କେନାଲରେ ପାଣି ସ୍ଥର କମିଯାଇଥିଲା। ଗୋଟାଏ ପର୍ଯ୍ୟନ୍ତ ଦମକଳ ବହିନୀ ଖୋଜି ନ ପାଇବା ପରେ ପୁଣି ୪ଟାରୁ ଆରମ୍ଭ ହୋଇଥିଲା ସେଫ୍ଟିଲକର ଖୋଜା ଅଭିଯାନ। ଶେଷରେ ସାଢେ ୬ଟା ସମୟରେ ଲକର ପାଇବାରେ ସଫଳ ହୋଇଥିଲେ।

ଲକର ପାଇବା ପରେ ତୁରନ୍ତ ଟ୍ରାକ୍ଟର ସୋରୁମ ମାଲିକ ଜି. ବସନ୍ତ ରାଓଙ୍କୁ ଖୋଲିବାକୁ କୁହାଯାଇଥିଲା। ସେ ଖୋଲି ଦେଖିଲା ବେଳକୁ ସେଥିରେ ୭ଟି ଘରର ପଟ୍ଟା ଓ ରେଜିଷ୍ଟ୍ରେସନ ପେପର ମଧ୍ୟରୁ କେବଳ ୩ଟି ରହିଛି ଏବଂ ସେଥିରେ ଥିବା ଟଙ୍କା ସବୁ ଚୋରି ହୋଇଯାଇଥିବା ପ୍ରକାଶ କରିଥିଲେ। ସେହି ସେଫ୍ଟିଲକର ମଧ୍ୟରେ ୨ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଯାଇଛି ବୋଲି କହିଥିଲେ। ସେଫ୍ଟି ଲକର ଉଦ୍ଧାର କରିବା ପରେ ସେଥିରେ ପାଣି ପଶିଯାଇ ୩ଟି ଦସ୍ତାବିଜ ସପ୍ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି। ଏନେଇ ପୁଲିସ ଆସନ୍ତା କାଲି ପ୍ରେସ ବିବୃତିରେ ସମସ୍ତ ଘଟଣା ସପ୍ସପର୍କରେ ପ୍ରକାଶ କରିବ ବୋଲି ଥାନା ଅଧିକାରୀ ଇଶ୍ୱର ତାଣ୍‌ତି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande