ମାଲକାନଗିରି, ୧୯ ଫେବ୍ରୁଆରି (ହି.ସ.)ମାଲକାନଗିରି ଜିଲ୍ଲା ତଥା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ମାଥିଲି ନିକଟସ୍ଥ ପାଙ୍ଗାମସ୍ଥିତ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଉଚ୍ଚ ବାଳିକା ବିଦ୍ୟାଳୟରେ ଜିଲ୍ଲା ଆଇନିସେବା ପ୍ରାଧିକରଣ ଦ୍ଵାରା ଆଜି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ ସହ ସଚେତନତାର ଆଭିମୁଖ୍ୟ ଉପରେ ଉପସ୍ଥିତ ଛାତ୍ରୀଙ୍କୁ ବୁଝାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ତଥା ଆଇନିସେବା ପ୍ରାଧିକରଣର ମାନ୍ୟବର ବିଚାରପତି ସୁଶ୍ରୀସଂଗୀତା ପାତ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ତଥା ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧକ୍ଷ ଅଶୋକ କୁମାର ପଟ୍ଟନାୟକ,ସହାୟକ ଆଇନସେବା ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମାନ୍ୟବର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ଓ ପ୍ରତିରକ୍ଷା ଆଇନିଜ୍ଞଗଣ ଆଇନି ସେବା ପ୍ରାଧିକରଣ ଆଇନୀ ୧୯୮୭, କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନ ନିରୋଧ ଆଇନ , ପୀଡିତା କ୍ଷତିପୂରଣ ସମ୍ପର୍କିତ ନିୟମାବଳୀ, ଫୋଜଦାରି ମାମଲା ସମ୍ପର୍କିତ ବିଭିନ୍ନ ଆଇନ ବୁଝାଇବା ସହ ଶିଶୁ ସୁରକ୍ଷା, ବାଲ୍ୟ ବିବାହ ପ୍ରତିରୋଧ, ପୋକ୍ସୋ ଆଇନ ସଂପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ବାଳିକା ମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା । ଏଥିରେ କହିଥିଲେ!ବିଦ୍ୟାଳୟର ଶତାଧିକ ଛାତ୍ରୀ ଯୋଗଦାନ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଇତିଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ