ସୁବର୍ଣ୍ଣପୁର, ୧୯ ଫେବୃଆରୀ(ହି.ସ.) –ସୁବର୍ଣ୍ଣପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ମିଳିତ ଭାବରେ ଯାନବାହାନ ଯାଂଚ କରାଯାଇ ବୀମା , ଟିକସ ଓ ଫିଟନେସ ନଥିବା ଅଭିଯୋଗରେ ୧୧ଟି ଗାଡିକୁ ଯାଂଚକରି ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଯଥା ଡୁଙ୍ଗୁରିପାଲି ଥାନା, ରାମପୁର ଥାନା, ବିନିକା ଥାନା ଓ ମହାଦେବପାଲି ଫାଣ୍ଡି ରେ ଜବତ କରି ରଖା ଯାଇଥିଲା ଓ ସନ୍ଧ୍ୟା ସୁଦ୍ଧା ସମସ୍ତ ଗାଡି ମାଲିକଙ୍କ ଠାରୁ ସର୍ବମୋଟ ୩ ଲକ୍ଷ ୮୦ ହଜାର ଟଙ୍କା ଆଦାୟ କରାଯାଇ ଗାଡି ଗୁଡିକ ହସ୍ତାନ୍ତର କରାଗଲା ଓ ଉକ୍ତ ତନଖି ରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା, ମୋଟର ଯାନ ନିରୀକ୍ଷକ ଶ୍ରୀ ବିଶ୍ୱରଞ୍ଜନ ସାହୁ ଓ ଟ୍ରାଫିକ ସବ-ଇନ୍ସପେକଟର ମିସ ପୂଜା ଭେଙ୍ଗରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗାଡି ସବୁ ଜବତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ