ତାଳପଦା ନୋଡାଲ ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ସନ୍ନିକଟ ତାଳପଦା ନୋଡାଲ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ସୁଶ୍ରୀ ପଦ୍ମାଳୟା ଦାସ ଙ୍କ ଆଜି ଚାକିରି ର ଅବସରକାଳୀନ ହୋଇ ଥିବାରୁ ତାଙ୍କୁ ଉକ୍ତ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇ ଥିଲା।ଏହି ଅବସର ରେ ବିଦ୍ୟାଳୟ ତରଫରୁ
TALAPADA SCHOOL SAMBARDHANA SABHA


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ସନ୍ନିକଟ ତାଳପଦା ନୋଡାଲ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ସୁଶ୍ରୀ ପଦ୍ମାଳୟା ଦାସ ଙ୍କ ଆଜି ଚାକିରି ର ଅବସରକାଳୀନ ହୋଇ ଥିବାରୁ ତାଙ୍କୁ ଉକ୍ତ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇ ଥିଲା।ଏହି ଅବସର ରେ ବିଦ୍ୟାଳୟ ତରଫରୁ ଏକ ସଭା ଅନୁଷ୍ଟିତ ହୋଇ ଥିଲା।ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଜେନା ସଭାପତିତ୍ୱ କରୁଥିବା ବେଳେ ଷୋଳଗାଁ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଭାବଗ୍ରାହୀ ଖୁଂଟିଆ ସଭା ସଂଚାଳନା କରିଥିଲେ ।ଏହି ଅବସର ରେ ସେବା ନିବୃତ ବ୍ଲକ ଶିକ୍ଷା ଅଧିକାରି ଗଦାଧର ଜେନା, ପ୍ରାକ୍ତନ ଅନୁଶୀକ୍ଷାଧିକାରୀ ନିରଞ୍ଜନ କର, ଶିକ୍ଷାବିତ ରାମଚନ୍ଦ୍ର ସାହୁ, ପ୍ରାକ୍ତନ ଶିକ୍ଷାଧିକାରୀ ଚିତରଞ୍ଜନ ତ୍ରିପାଠୀ, ଶ୍ରୀଚରଣ ମଲ୍ଲିକ, ପୂର୍ବତନ ଅନୁଶୀକ୍ଷାଧିକାରୀ ଅନିଲ ବଳ, ପୂର୍ବତନ ଶିକ୍ଷକ ଭାସ୍କର ସାମଲ, ଚୈତନ୍ୟ ଶଙ୍ଖୁଆ, ଗଙ୍ଗାଧର ଦେହୁରୀ, ଶୋଭାରାଣୀ ପଣ୍ଡା, ଅନୁଶୀକ୍ଷାଧିକାରୀ ରସୁଲପୁର ଶ୍ରୀମତୀ ଶାନ୍ତିଲତା ରାଉତ, ପ୍ରାକ୍ତନ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶୋକ କୁମାର ନାୟକ, ସାଧନ କେନ୍ଦ୍ର ସଂଯୋଜକ ମହମ୍ମଦ ମୁଜାଫର, ଶିକ୍ଷକ ନେତା ସନ୍ତୋଷ ସାହୁ, ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଅବସର ନେଇଥିବା ଶିକ୍ଷୟତ୍ରୀ ଙ୍କ ସମ୍ପର୍କ ରେ ବକ୍ତ୍ୱ୍ୟ ପ୍ରଦାନ କରିଥିଲେ। ଏହି ଅବସର ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।ପରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥି ଓ ବିଦାୟିଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ଶେଷରେ ଶିକ୍ଷୟତ୍ରୀ ମନୋରମା ପତି ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande