ପ୍ରଥମେ ଛେଚିଲେ ପରେ ପୁଲିସରେ ଜିମା ଦେଲେ
ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ମୁଖ୍ୟ ରାସ୍ତାରେ ପରିବା ବିକ୍ରି କରୁଥିବା ଜଣେ ମହିଳାଙ୍କ ଉପାର୍ଜିତ ଟଙ୍କା ଲୁଟ ହୋଇ ଫେରାର ହେଉଥିବା ସମୟରେ ଲୁଟେରାଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଅଂଚଳବାସୀ। ବିଦ୍ୟୁତ ଖୁଂଟରେ ବାନ୍ଧି ନିର୍ଧୁମ ଛେଚିବା ପରେ ପୁଲିସକୁ ଜିମା ଦେଇଛନ୍ତି। ଧରା ପଡିଥିବା ଲୁଟ
ପ୍ରଥମେ ଛେଚିଲେ ପରେ ପୁଲିସରେ ଜିମା ଦେଲେ


ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ମୁଖ୍ୟ ରାସ୍ତାରେ ପରିବା ବିକ୍ରି କରୁଥିବା ଜଣେ ମହିଳାଙ୍କ ଉପାର୍ଜିତ ଟଙ୍କା ଲୁଟ ହୋଇ ଫେରାର ହେଉଥିବା ସମୟରେ ଲୁଟେରାଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଅଂଚଳବାସୀ। ବିଦ୍ୟୁତ ଖୁଂଟରେ ବାନ୍ଧି ନିର୍ଧୁମ ଛେଚିବା ପରେ ପୁଲିସକୁ ଜିମା ଦେଇଛନ୍ତି। ଧରା ପଡିଥିବା ଲୁଟେରା ହେଲେ ମାଛବନ୍ଧ ସାହିର । ଲୁଟେରା ସପ୍ସପୃକ୍ତ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ଲୁଟେରା କହିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ଟା ବେଳେ ଜୟପୁର ମୁଖ୍ୟ ରାସ୍ତାରେ ପରିବା ବିକ୍ରି କରୁଥିବା କୁମ୍ଭାର ସାହି ଅଂଚଳର ମହିଳା ରାଜା ଟାକ୍ରି ଙ୍କ ବିକ୍ରି କରିରଖିଥିବା ୧୦ ହଜାର ଟଙ୍କା ଲୁଟ କରି ନେଇ ଯାଉଥିବା ସମୟରେ ମହିଳା ଜଣକ ପାଟି କରିଥିଲେ। ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ମହିଳାଙ୍କ ପାଟି ଶୁଣି ଲୁଟେରାକୁ ଧରିବାରେ ସଫଳ ହୋଇଥିଲେ। ବିଦ୍ୟୁତ ଖୁଂଟରେ ବାନ୍ଧି ମାଡ ମାରିବା ପରେ ପୁଲିସକୁ ସୂଚନା ଦେଇଥିଲେ।

ପ୍ରକାଶ ଥାଉକି ଆଜି ମଧ୍ୟାହ୍ନ ୧୨ ଟା ସମୟର ଜୟପୁର କେନାଲ ରୋଡରେ ଜଣେ ଯୁବକ ରାସ୍ତା କଡରେ ଗାଡି ରଖି ପରିଶ୍ରା କରୁଥିବା ସମୟରେ ୩ଜଣ ଦୁର୍ବୁତ ଯୁବକଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୪ହଜାର ଟଙ୍କା ଓ ହେଡଫୋନ ଚୋରି କରି ନେଇଯାଇଥିଲେ। ଯୁବକ ଜଣକ ଥାନାରେ ଅଭିଯୋଗ କରିନଥିଲେ ହେଁ ଚୋରଟିକୁ ଧରିବା ପରେ ସେଠାରେ ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଥିବା ଜଣା ପଡିଛି।

ସେହିପରି ଆଜି ଗୁପ୍ତେଶ୍ୱର କମ୍ପେ୍ଲକ୍ସ ରେ ଥିବା ସରତ ପାଇପ ଦୋକାନରେ ଲାଗିଥିବା ଏସିରୁ ତମ୍ବା ତାର ଚୋରି କରି ନେଇଥିବା ନେଇ ଅଭିଯୋଗ ହୋଇଛି। ଦୁର୍ବୁତ ମାନେ ସପୂର୍ଣ୍ଣ ଭାବେ ଚୋରି କରି ନେବାରେ ସଫଳ ହୋଇନଥିଲେ ହେଁ ତମ୍ବା ତାର ଗୁଡିକ କାଟି ନଷ୍ଟ କରିଦେଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ପବନ/ଭନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande