ମାଲକାନଗିରି ,୧୯ଫେବ୍ରୁଆରି (ହି.ସ.)ବାଲିମେଳା ଜଳ ଭଣ୍ଡାରରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପଣସପୁଟ ପଞ୍ଚାୟତ ଡମଗଡ ଗାଁରେ ଦେଖି ବାକୁ ମିଳିଛି। ମହିଳା ଜଣଙ୍କ ହେଲେ ଡମଗଡ ଗାଁର ବୁଦୁ କିର୍ଷାନୀଙ୍କ ପତ୍ନୀ ଇଛାବତୀ କିର୍ଷାନୀ । ଗ୍ରାମବାସୀଙ୍କ କହିବା ଅନୁଯାଇ ଇଛାବତୀ ଗତ ସୋମବାର ଅପରାହ୍ନରେ ବାଲିମେଳା ଜଳ ଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ।ଗୋଡ଼ ଖସିଯିବା କାରଣରୁ ସେ ଜଳ ଭଣ୍ଡାରର ଗଭୀର ପାଣିକୁ ଭାସି ଯାଇ ମୃତ୍ଯୁ ହୋଇଥିବା ଅନୁମାନ କରାଯାଉଛି।ସେଦିନ ରାତିରେ ଘରକୁ ନ ଫେରିବାରୁ ସ୍ବାମୀ ବୁଦୁ କିର୍ଷାନୀ ଏ ଅନ୍ୟ ଗ୍ରାମବାସୀ ମାନେ ମିଶି ଖୋଜାଖୋଜି କରିଥିଲେ । ହେଲେ ଇଛାବତୀଙ୍କ କୌଣସି ଖୋଜଖବର ମିଳି ପାରିଲ, ନାହିଁ। ତେବେ ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ମିନିଟ ସମୟରେ ଇଛାବତୀଙ୍କ ମୃତଦେହ ବାଲିମେଳା ଜଳ ଭଣ୍ଡାରରେ ଭାସୁଥିବା କିଛି ଗ୍ରାମବାସୀ ଦେଖି ବାକୁ ପାଇଥିଲେ। ଏହା ପରେ ଗାଁ ଲୋକେ ଏହି ଘଟଣା ସମ୍ପର୍କରେ ଯୋଡାଆମ୍ବ ଥାନାରେ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ