ୟେଲୋ ବ୍ରିଜ ନିକଟର ଫାଙ୍କା ଗୁଳି ଚାଳନା
ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ୟେଲୋ ବ୍ରିଜରେ ଗତକାଲି ରାତିରେ ଫାଙ୍କା ଗୁଳିଚାଳନା ହୋଇଥିବା ଜଣା ପଡିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଗତକାଲି ରାତ୍ର ପ୍ରାୟ ୯ଘଂଟା ସମୟରେ ବ୍ରିଜ ନିକଟରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ବଢିବା ପରେ ଉଭୟଙ୍କ ମ
ୟେଲୋ ବ୍ରିଜ ନିକଟର ଫାଙ୍କା ଗୁଳି ଚାଳନା


ଜୟପୁର, ୧୯ ଫେବ୍ରୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ୟେଲୋ ବ୍ରିଜରେ ଗତକାଲି ରାତିରେ ଫାଙ୍କା ଗୁଳିଚାଳନା ହୋଇଥିବା ଜଣା ପଡିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଗତକାଲି ରାତ୍ର ପ୍ରାୟ ୯ଘଂଟା ସମୟରେ ବ୍ରିଜ ନିକଟରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ବଢିବା ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସେହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରୁ କେହି ଜଣେ ଫାଙ୍କା ଗୁଳି ଚାଳନା କରିଥିବା ନେଇ କହିଛନ୍ତି। ଏନେଇ ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡିଙ୍କୁ ପଚାରିବାରେ ସେ କହିଥିଲେ ୟେଲୋ ବ୍ରିଜ ନିକଟରେ ଗଣ୍ଡଗୋଳ ହୋଇଛି ସେଠାରେ ଥିବା ବସିବା ସିମେଂଟ ଚେୟାର ଓ କିଛି ସାମଗ୍ରୀ ଗୁଡିକୁ ଭାଙ୍ଗିଦେଇଛନ୍ତି ବୋଲି ଲିଖିତ ଅଭିଯୋଗ ହୋଇଛି। କିନ୍ତୁ ଗୁଳି ଚାଳନା ନେଇ କିଛି ଅଭିଯୋଗ ହୋଇ ନାହିଁ ବୋଲି କହିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେଠାରେ ଲାଗିଥିବ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି।

ୟୋଲୋ ବ୍ରିଜ କୁ ଯିବା ଆସିବା ଫାଟକକୁ ସନ୍ଧ୍ୟା ୬ଟା ପରେ ବନ୍ଦ କରିବାକୁ ନିର୍ଦ୍ଧେଶ ଥିବା ବେଳେ କାହିଁକି ଖୋଲାଯାଉଛି ବୋଲି ପୁଲିସ ସିକ୍ୟୁରିଟି ଗାର୍ଡକୁ କହିବା ସହ ପ୍ରତିଦିନ ସନ୍ଧ୍ୟାରେ ଗେଟ ବନ୍ଦ କରିବାକୁ କହିଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande