ନୂଆଦିଲ୍ଲୀ, 19 ଫେବ୍ରୁଆରି (ହି.ସ.)- ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ପ୍ରାଚୀର ଭଳି ଠିଆ ହୋଇଛନ୍ତି ମୋଦି ସରକାର
ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି, ମନ୍ତ୍ରୀମଣ୍ଡଳ ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ଓଡିଶା, ତେଲଙ୍ଗାନା ଏବଂ ତ୍ରିପୁରାକୁ
ଏନ୍.ଡି.ଆର. ଫଣ୍ଡ୍ ଅନ୍ତର୍ଗତ ଅତିରିକ୍ତ କେନ୍ଦ୍ର ସହାୟତା ରୂପେ 1554.99 କୋଟି ମଞ୍ଜୁରି କରିଛି। ଏହା କେନ୍ଦ୍ର
ଦ୍ୱାରା 27ଟି ରାଜ୍ୟକୁ
18,322.80 କୋଟି ଦିଆଯାଇଥିବା ଏସ୍.ଡି.ଆର. ଫଣ୍ଡ
ଅଧୀନ ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା