ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ବିଜେଡ଼ି ମିଶନଶକ୍ତି ଇସି ପୁନର୍ଗଠନକୁ ବିରୋଧ କରୁଛି । କିନ୍ତୁ ସେହି ଇସି
ମାନଙ୍କୁ ସରକାରରେ ଥିଲା ବେଳେ 6 ମାସ ଯାଏଁ ଦରମା ଦେଉନଥିଲା ବିଜେଡ଼ି । କେନ୍ଦ୍ର ପାଖରୁ ଅନୁମୋଦନ ଆଣି ପାରିନଥିଲେ । ହେଲେ
ଆଜି ବିଜେପି ସରକାର ସମସ୍ତଙ୍କୁ ଦରମା ଦେବାର ବ୍ୟବସ୍ଥା କରିଛି ବୋଲି କହିଛନ୍ତି ବିଜେପି
ବିଧାୟକ ଅଶୋକ ମହାନ୍ତି ।
ସେ କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ବିଜେଡ଼ି ଇସି ଗଠନ କରିଥିଲା ।
ବିଜେଡ଼ିର କର୍ମୀ ମାନେ ଇସି ମେମ୍ବର ଥିଲେ । କିନ୍ତୁ ଆଜି ଇସି ପୁନର୍ଗଠନ ହେଲେ ଯୋଗ୍ୟା ମହିଳା
ମାନେ ସେଥିରେ ସ୍ଥାନ ପାଇବେ ।
ପ୍ରଶ୍ନକାଳ ସମୟରେ ବିରୋଧୀଙ୍କ ହଟ୍ଟଗୋଳ ଦୁର୍ଭାଗ୍ୟଜନକ । ପୋଡ଼ିୟମ ଆଗକୁ ଆସି
ବାଚସ୍ପତିଙ୍କୁ ଦୁର୍ବ୍ୟବହାର କଲେ । ଏହା ଗଣତନ୍ତ୍ରରେ ନିନ୍ଦନୀୟ କଥା । ନିଜ ପ୍ରସଙ୍ଗ ଉଠାଇବା
ପାଇଁ ଗୃହରେ ନିର୍ଦ୍ଦିଷ୍ଟ ସମୟ ଅଛି । କୌଣସି ପ୍ରସଙ୍ଗ ଯଦି ଥିଲା ଶୂନ୍ୟକାଳ ସମୟରେ ବିରୋଧୀ
ଉଠାଇ ପାରିଥାନ୍ତେ ବୋଲି ଅଶୋକ ମହାନ୍ତି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା