ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ ପ୍ରସଙ୍ଗ, ତଦନ୍ତ ପରେ ଜଣାପଡିବ କେଉଁମାନେ ସଂପୃକ୍ତ- ବିଜେପି
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ବିଗତ ସରକାର ବେଳେ ବ୍ରିଜ ଆଣ୍ଡ ରୁଫର ମୁଖ୍ୟ ଚଞ୍ଚଳ ରଣାଙ୍କର ବହୁତ ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର
ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ ପ୍ରସଙ୍ଗ, ତଦନ୍ତ ପରେ ଜଣାପଡିବ କେଉଁମାନେ     ସଂପୃକ୍ତ- ବିଜେପି


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ ପ୍ରସଙ୍ଗରେ ବିଜେପି

ପ୍ରତିକ୍ରିୟା ରଖିଛି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ବିଗତ ସରକାର ବେଳେ

ବ୍ରିଜ ଆଣ୍ଡ ରୁଫର ମୁଖ୍ୟ ଚଞ୍ଚଳ ରଣାଙ୍କର ବହୁତ ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ଥିଲା । ଏ

କଥା ବିଷ୍ଣୁପଦ ସେଠୀ ଖୋଲାଖୋଲି କହିଛନ୍ତି । ତେଣୁ ଚଞ୍ଚଳ ରଣାଙ୍କର କାହା କାହା ସହ ସମ୍ପର୍କ

ଥିଲା, ତାହା

ପର୍ଦ୍ଦାଫାଶ ହେବାର ଆବଶ୍ୟକତା ଅଛି । 10 ଲକ୍ଷ ଟଙ୍କା ଲାଞ୍ଚ ମାମଲା ନେଇ ସିବିଆଇ ଖୋଲତାଡ଼ କରୁଛି । ସିବିଆଇ

ସ୍କାନରରେ ବିଷ୍ଣୁପଦ ସେଠୀ ଅଛନ୍ତି । ତେଣୁ

ତଦନ୍ତ ହେଲା ପରେ କିଏ କିଏ ସଂପୃକ୍ତ ଅଛନ୍ତି, ଜଣାପଡ଼ିବ । ଜଣେ କର୍ପୋରେଟ ଲୋକଙ୍କର କାହିଁକି ଲୋକସେବା ଭବନ ତୃତୀୟ

ମହଲାକୁ ଅବାଧ ପ୍ରବେଶ ଥିଲା ? କିଏ ଅନୁମତି ଦେଉଥିଲେ ? ଏ ସବୁ ତଦନ୍ତ ସାପେକ୍ଷ ବୋଲି ସେ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande