ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- କିଟ୍ ପ୍ରସଙ୍ଗକୁ ଏଡାଇବାକୁ ପ୍ରୟାସ କରୁଛି ବିଜେଡି । ଅପ୍ରସଙ୍ଗକୁ ପ୍ରସଙ୍ଗ
କରୁଛନ୍ତି, କାରଣ
ବିରୋଧୀଙ୍କ ପାଖରେ ଆଉ ପ୍ରସଙ୍ଗ ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ଅମର ନାୟକ।
ଗଣତନ୍ତ୍ରରେ ବିରୋଧୀ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦୁଃଖ ଯେ ସାରା ରାଜ୍ୟ ପ୍ରଶ୍ନ
ଉତ୍ତରକୁ ଅପେକ୍ଷା କରିଥାନ୍ତି । ନିଜ ଅଞ୍ଚଳ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ବିଧାୟକ ଅନେଇ ବସିଥାନ୍ତି
। ବିରୋଧୀ ଗୃହକୁ ଚଳାଇ ଦେଲେ ନାହିଁ । କିଟ୍ ପ୍ରସଙ୍ଗ ହେଉ ବା ଅନ୍ୟ କେଉଁ ପ୍ରସଙ୍ଗ ହେଉ, ତାକୁ ଏଡାଇବାକୁ ଭିନ୍ନ ଦିଗ ଦେଇଛନ୍ତି
ବିରୋଧୀ । ବିରୋଧୀ ମୁଲତବୀ ଆଣିଲେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ମହିଳାଙ୍କ ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି ।
ସହାୟିକାଙ୍କୁ ଦରମା ଦିଆଗଲା । ଅତୀତରେ ମହିଳାଙ୍କୁ ଧୂଆଁବାଣ କରୁଥିଲେ ବିରୋଧୀ । ଅପ୍ରସଙ୍ଗକୁ
ପ୍ରସଙ୍ଗ କରୁଛନ୍ତି କାରଣ ବିରୋଧୀଙ୍କ ପାଖରେ ଆଉ ପ୍ରସଙ୍ଗ ନାହିଁ । ବିରୋଧୀ ଜାଣିଶୁଣି ନିଜେ
ଏପରି କରୁଛନ୍ତି କାରଣ ସେମାନେ ସଙ୍କଟରେ ପଡିଛନ୍ତି । ସେମାନେ ମହିଳାଙ୍କୁ ଆର୍ଥିକ ଭାବେ
ସ୍ବାବଲମ୍ବୀ କରିବାକୁ କିଛି କରି ନାହାନ୍ତି । ଲକ୍ଷପତି ଦିଦି ସହାୟିକା ଯୋଜନା କରିଛନ୍ତି
ସରକାର । ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା କରିଛନ୍ତି ସରକାର । କୋଟିଏ ମହିଳାଙ୍କ ପାଖରେ ଏହା
ପହଞ୍ଚିଛି । ଏହା ସହାୟତା, ଋଣ ନୁହେଁ ବୋଲି ବିଜେପି ବିଧାୟକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା