ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ରାଜ୍ୟରେ ମା ସୁରକ୍ଷିତ ନାହାନ୍ତି । 36 ହଜାର ମହିଳା ଓ 8 ହଜାର ଶିଶୁ ନିଖୋଜ । ନାରୀ ନିର୍ଯାତନା
ବଢ଼ି ବଢ଼ି ଚାଲିଛି । ମିଶନ ଶକ୍ତି ମହିଳା ରାଜରାସ୍ତାରେ ବସିଛନ୍ତି । ପୂର୍ବ ସରକାର ଅଧା
ରାସ୍ତାରେ ମିଶନ ଶକ୍ତି ମହିଳାଙ୍କୁ ଛାଡି ପଳେଇଲେ ଏବେ ସରକାର ଶୁଣୁ ନାହାନ୍ତି ବୋଲି
କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କଂଗ୍ରେସ ପ୍ରତିବାଦ କରି ମହିଳାଙ୍କ
ସୁରକ୍ଷା ଓ ନ୍ୟାୟ ଦାବି କରିଥିଲା । ହେଲେ
ସରକାର ଜାଣିଶୁଣି ଗୃହ ବନ୍ଦ କରିଛନ୍ତି ସେ କହିଛନ୍ତି । ମହିଳା ଓ ଶିଶୁ ସୁରକ୍ଷିତ ନ ହେଲେ
ରାଜ୍ୟ କେମିତି ଚାଲିଛି ବୋଲି ରାମଚନ୍ଦ୍ର କାଡାମ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା