ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)
- 5 ଜଣିଆ ଡକାୟତି ଗ୍ୟାଙ୍ଗକୁ ମାଡି ବସିଲା ମୈତ୍ରୀ
ବିହାର ଥାନା ପୋଲିସ । ସେମାନଙ୍କ ନିକଟରୁ, ଦୁଇଟି ବନ୍ଧୁକ, 5ଟି ମୋବାଇଲ, ଆଇରନ ରଡ଼, ଚିଲି
ପାଉଡ଼ର, ଟଙ୍କା ଜବତ ହୋଇଛି । ହାତୀଆଶୁଣି ଅଞ୍ଚଳରେ ଡକାୟତି ଯୋଜନା
କରୁଥିବା ବେଳେ ମାଡି ବସିଲା ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳର । ଗିରଫ
ଅଭିଯୁକ୍ତ ମାନଙ୍କ ନାଁରେ କମିସନରେଟ ପୋଲିସ ଏବଂ ବିଭିନ୍ନ ଜିଲ୍ଲା ପୋଲିସରେ ଏକାଧିକ ମାମଲା
ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା