ଗଂଜାମ, 19 ଫେବ୍ରୁଆରି (ହି.ସ.)
ବ୍ରହ୍ମପୁର ଫାଷ୍ଟଟାର୍କ ପୋକସକୋର୍ଟ ବିଚାରପତି ଗଣେଶ୍ଵର ପତି ଏକ ନାବାଳିକା (୧୩) ଦୁଷ୍କର୍ମ ମାମଲାର ବିଚାର କରି ହିଞିଳିକାଟୁ ଅଞ୍ଚଳର ପବିତ୍ର ଦାସ (୨୪)କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ କାରାଦଣ୍ଡ ସହ ୫୦୦୦ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦେୟରେ ଅଧିକ ୧୫ଦିନ କାରାଦଣ୍ଡ ପାଇଁ ରାୟ ଦେଇଛନ୍ତି। ପୀଡିତାକୁ ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେଵା ପ୍ରାଧିକରଣ ସଚିଵଙ୍କୁ ବିଚାରପତି ନିର୍ଦ୍ଧେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ