ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ରାଜ୍ୟରେ ଅଛନ୍ତି ୪୮ ଲକ୍ଷ ୬୫, ୮୫୦ ଜଣ ଚାଷୀ । ଏନେଇ ବିଧାନସଭାରେ ଲିଖିତ
ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ
ଚାଷୀ, ୯ ଲକ୍ଷ ୫
ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭
ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ଅଛନ୍ତି । ରାଜ୍ୟରେ
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ୩୧,୫୧,୭୦୦ ଚାଷୀ ଉପକୃତ ହୋଇଛନ୍ତି । ସେହିଭଳି
ସିଏମ କିଷାନ ମାଧ୍ୟମରେ ୪୫,୫୭,୭୩୩ ଜଣ
କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯, ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ
ଫସଲ ବୀମା ଯୋଜନାରେ ୧୫,୧୭,୦୦୦ ଚାଷୀ ଖରିଫରେ ଓ ୧.୮୩ ଲକ୍ଷ ଚାଷୀ
ରବିରେ ପଞ୍ଜୀକରଣ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା