ଘଂଟେଶ୍ୱର ଅଂଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରସ୍ଥାବ ଦେଲେ ଆରକ୍ଷୀ ଅଧୀକ୍ଷକ, ତୁରନ୍ତ ଶାନ୍ତି କମିଟି ଗଠନ କରାଯିବ-ଆରକ୍ଷୀ ଅଧୀକ୍ଷକ
ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଏହି ଜିଲାର ଘଂଟେଶ୍ୱର ଅଂଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ଅଂଟା ଭିଡିଛନ୍ତି ଭଦ୍ରକ ଆରକ୍ଷୀ ଅଧୀକ୍ଷକ। ଗତକାଲି ରାତିରେ ସାମାଜିକ କର୍ମୀ ଅଞ୍ଜନ ଦାସଙ୍କୁ ମରଣାତ୍ମକ ଆକ୍ରମଣ ପରେ ସଂପୃକ୍ତ ବ୍ୟକ୍ତି ଆସି ବାଂଶଡା ଥାନା ରେ ଏକ ଲିଖିତ ଅଭିଯୋଗ କରିବା ସହ ଭଦ୍ରକ ଏସପିଙ
ଘଂଟେଶ୍ୱର ଅଂଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ପ୍ରସ୍ଥାବ ଦେଲେ ଆରକ୍ଷୀ ଅଧୀକ୍ଷକ, ତୁରନ୍ତ ଶାନ୍ତି କମିଟି ଗଠନ କରାଯିବ-ଆରକ୍ଷୀ ଅଧୀକ୍ଷକ


ଭଦ୍ରକ, ୧୯ ଫେବୃୟାରୀ (ହି.ସ.) - ଏହି ଜିଲାର ଘଂଟେଶ୍ୱର ଅଂଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ଅଂଟା ଭିଡିଛନ୍ତି ଭଦ୍ରକ ଆରକ୍ଷୀ ଅଧୀକ୍ଷକ। ଗତକାଲି ରାତିରେ ସାମାଜିକ କର୍ମୀ ଅଞ୍ଜନ ଦାସଙ୍କୁ ମରଣାତ୍ମକ ଆକ୍ରମଣ ପରେ ସଂପୃକ୍ତ ବ୍ୟକ୍ତି ଆସି ବାଂଶଡା ଥାନା ରେ ଏକ ଲିଖିତ ଅଭିଯୋଗ କରିବା ସହ ଭଦ୍ରକ ଏସପିଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଇଥିଲେ। ଭଦ୍ରକ ଏସପିଙ୍କ ନିର୍ଦେଶରେ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ଆସି ବାଂଶଡା ଥାନାରେ ପହଂଚିବା ପରେ ଖଦାଳପୋଖରୀ, ତୋଟାପଡା ,ଗୋପିନାଥ ପୁର ଏବଂ ବଜରା ପୁର ପଂଚାୟତର କିଛି ମୁରବୀ ମାନଙ୍କୁ ବାଂଶଡା ଥାନାକୁ ଡାକି ଏହି ଅସାମାଜିକ କାର୍ଯ୍ୟ କଳାପରେ ଲିପ୍ତ ଥିବା ବ୍ୟକ୍ତି ବିଶେଷ ତୁରନ୍ତ ଏଥିରୁ କ୍ଷାନ୍ତ ରହିବା ସହ ଅଂଚଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ସେ ପ୍ରସ୍ଥାବ ଦେଇଥିଲେ। ଏହି ସପ୍ତାହରେ ଭଦ୍ରକ ଏସପିଙ୍କ ନିର୍ଦେଶକ୍ରମେ ଏହି ୪ଟି ପଂଚାୟତର ସରପଂଚ ଏବଂ ସମିତିସଭ୍ୟ ମାନେ ଭଦ୍ରକ ଯାଇ ଏସପିଙ୍କ ଅଫିସରେ ବସି ଏକ ଶାନ୍ତି କମିଟି ଗଠନ କରାଯିବ ବୋଲି ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ପ୍ରସ୍ଥାବ ଦେଇଥିଲେ। ଗତକାଲି ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷ ଏହି ପ୍ରସ୍ଥାବରେ ସହମତି ପ୍ରଦାନ କରିଥିଲେ। ଅତିରିକ୍ତ ଏସପି ଭଦ୍ରକ ଏସ ପିଙ୍କ ସହ ଆଲୋଚନା କରି ସମୟ ଠିକ କରିବା ପରେ ଏହି ଶାନ୍ତି କମିଟି ଗଠନ କରାଯିବ ବୋଲି ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଂଶଡା ଥାନ ପରିସରରେ ହୋଇଥିବା ଆଲୋଚନାରେ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ମିତ୍ରଭାନୁ ଦାସ, ପୁରୁଷୋତମ ବାରିକ ,ପପୁ ବିଶ୍ୱାଳଙ୍କ ସମେତ ୪ପଂଚାୟତର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande