ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)
- କିଟ
ବିଶ୍ୱବିଦ୍ୟାଳୟ ମାମଲାରେ ଗଠନ ହୋଇଥିବା କମିଟିର ବୈଠକ ଅନୁଷ୍ଠିତ ହୋଇଛି । ମୋଡାଲିଟି ଫିକ୍ସ
ହୋଇଛି । ଅପରାହ୍ନରେ କମିଟି କିଟ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି । ସେମାନେ
ଆଜିଠାରୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବେ ।
ନେପାଳ ସରକାରଙ୍କ 2 ଜଣ ପ୍ରତିନିଧି ଓଡିଶା ଆସିଛନ୍ତି । ସେମାନଙ୍କ
ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତରେ
ଲୋକସେବା ଭବନରେ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ସଚିବ,
ଉଚ୍ଚଶିକ୍ଷାଙ୍କ ସହ ନେପାଳ ପ୍ରତିନିଧି ଆଲୋଚନା କରିଛନ୍ତି । ଘଟଣା ବାବଦରେ
ଉଭୟ ପକ୍ଷଙ୍କ ମଧ୍ୟରେ ବିଷଦ ଆଲୋଚନା ହୋଇଛି । ସେମାନଙ୍କ କଥା, ଦାବି
ରଖିଛନ୍ତି । ରାଜ୍ୟ ସରକାରଙ୍କ ପଦକ୍ଷେପରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବୈଠକ ସମୟରେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେପାଳର ପ୍ରତିନିଧିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।
ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ (ଆରଜୁ ରାଣା ଦେଇବା) ମୁଁ ବ୍ୟକ୍ତିଗତ ଭାବେ ଫୋନରେ କଥା
ହୋଇଛି । ରାଜ୍ୟ ସରକାରଙ୍କ ପଦକ୍ଷେପ ବାବଦରେ ମୁଁ ତାଙ୍କୁ ଅବଗତ କରିଛି । ସେ ସନ୍ତୋଷ ବ୍ୟକ୍ତ
କରିଛନ୍ତି । ଫେରିଆସିଥିବା, ଫେରୁଥିବା ଓ ଫେରିବାକୁ ଥିବା
ଛାତ୍ରଛାତ୍ରୀ ଯେମିତି ମାନସିକ ନିର୍ଯ୍ୟାତନାର ଶିକାର ନହୁନ୍ତି, ସେମାନଙ୍କର
ଦାବି ରହିଛି । ସେଥିପାଇଁ ଆମେ ସରକାରୀ ସ୍ତରରେ ପଦକ୍ଷେପ ନେଉଛୁ । ଆଜି ସନ୍ଧ୍ୟା ସୁଦ୍ଧା ଏକ
ହେଲ୍ପ ଲାଇନ ନମ୍ବର ଜାରୀ କରିବୁ । ହେଲ୍ପ ଡେସ୍କ ଜରିଆରେ ସରକାରଙ୍କ ସହ ସିଧାସଳଖ ସମ୍ପର୍କ
ହେବା ଦ୍ୱାରା ନେପାଳର ଛାତ୍ରଛାତ୍ରୀଙ୍କୁ ସାହସ ମିଳିବ । ଆସନ୍ତା 28
ତାରିଖରେ କିଛି ପିଲାଙ୍କ ପରୀକ୍ଷା ରହିଛି । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛୁ ବୋଲି
ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା