ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- କିଟ
ବିଶ୍ୱବିଦ୍ୟାଳୟରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏ ଦିଗରେ
ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଏ ଦିଗରେ ସଙ୍ଗେ ସଙ୍ଗେ ପଦକ୍ଷେପ
ନେଇଛନ୍ତି । ଏ ଘଟଣାରେ କୌଣସି ପ୍ରକାର ଢିଲା କରିନାହାନ୍ତି । ଓଡିଶାକୁ ଯିଏ ବି ବଦନାମ
କରିବାକୁ ଚାହୁଁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା